www.samajalive.in
Friday, December 5, 2025
26.1 C
Bhubaneswar

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: କ୍ରାଇମବ୍ରାଞ୍ଚ ତନାଘନା

ରାୟଗଡ଼ା: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆସିଛି ବଡ଼ ଖବର । ପ୍ରଶ୍ନପତ୍ର ମାମଲାରେ ବୋର୍ଡ ଅଫିସ୍‌ର ଜଣେ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ସୂଚନା ମିଳିଛି । ଗତକାଲି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ରାତି ଅଧିଆ ଉଠାଇ ନେଇଥିଲା ତଦନ୍ତକାରୀ ସଂସ୍ଥା । ଉଠାଇ ନିଆଯାଇଥିବା ଶିକ୍ଷକଙ୍କ ନାମ କଣ ତାହା କିନ୍ତୁ ଏଯାଏଁ ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ ।

ମିଳିଥିବା ସୂଚନା ଅନୁସାରେ ତଦନ୍ତ ବେଳେ ଜଣା ପଡିଥିଲା କି ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ଏଥିରେ ସଂପୃକ୍ତି ରହିଛି । ଏନେଇ ଗୁପ୍ତରେ ଅଧିକ ତଦନ୍ତ ଜାରି ରଖିଥିଲା କ୍ରାଇମ୍ ବ୍ରାଞ୍ଚ । କିଛି ଦିନ ନଜର ରଖିବା ଆଜି ସଂଧ୍ୟାରେ ଜଣେ ଶିକ୍ଷକଙ୍କୁ କ୍ରାଇମ୍ ବ୍ରାଞ୍ଚ ତାଙ୍କ ଘରୁ ଉଠାଇ ନେଇଛି ବୋଲିଲ ଖବର ମିଳିଛି । ତେବେ ଅଟକ ଶିକ୍ଷକଙ୍କ ନାମ କଣ ତାହା ତଦନ୍ତାକାରୀ ଟିମ୍ ଗଣମାଧ୍ୟମକୁ କହିନାହିଁ ।  କେଉଁ ସ୍ଥାନକୁ ନେଇ ଶିକ୍ଷକଙ୍କୁ ଜେରା ହେଉଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ଗତ କୋଡ଼ିଏ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।

- Advertisement -

 

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories