ରାଉରକେଲା: ଏମିତି ଦିନେ ରାୟଗଡ଼ା ଜିଲା ଟିକିରିରେ ଘଟିଥିଲା ଭୟାନକ ଘଟଣା ା ନିଜ ପାଇଁ ନ୍ୟାୟ ଭିକ୍ଷା କରି ପ୍ରଶାସନିକ ଅଧିକାରୀ, ରାଜନେତା ସମସ୍ତଙ୍କ ପାଖରେ ପହଞ୍ଚିଥିଲେ ଇତିଶ୍ରୀ। ଚାରିଆଡ଼ୁ ନିରାଶ ହେବା ସହ ସେ ଏକା ପଡ଼ି ଯାଇଥିଲେ। ୨୦୧୩ ଅକ୍ଟୋବର ୨୭ତାରିଖ ଥିଲା ତାଙ୍କ ପାଇଁ ବୋଧହୁଏ ଲଢ଼େଇର ଶେଷ ଦିନ ା ରାତିରେ ସେ ଏକାକୀ ରହୁଥିବା କୋଠରିରେ କେହି ଦୁର୍ବୃତ୍ତ ପଶି ତାଙ୍କୁ ମାମଲା ପ୍ରତ୍ୟାହାର କରିବା ପାଇଁ ଧମକଚମକ ଦେବା ଓ ସେ ରାଜି ନ ହେବାରୁ ତାଙ୍କ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା ା ଏହି ଘଟଣା ସେହି ସମୟରେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା ା କିଏ ସେ ଇତିଶ୍ରୀ, କାହିଁକି ତାଙ୍କୁ ନ୍ୟାୟ ମିଳିଲାନି ା ଏହା ପଛରେ କିଛି ରାଜନୈତିକ ଚାପ ରହିଥିଲା କି ା ସେ ଯେଉଁ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ସେ କାହା ଛତ୍ରଛାୟା ତଳେ ରହିଥିଲେ କି ଏଭଳି ଅନେକ ପ୍ରଶ୍ନ ଭିତରେ ରାଜ୍ୟବାସୀ ଛନ୍ଦି ହେଉଥିବାବେଳେ ଶେଷରେ କିଛିଦିନର ସଂଘର୍ଷ ପରେ ବିଶାଖାପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ୨୦୧୩ ନଭେମ୍ବର ୧ ତାରିଖରେ ଆଖି ବୁଜିଥିଲେ ା ଇତିଶ୍ରୀ ମଧ୍ୟ ଅଭିଯୁକ୍ତ ନେତାନନ୍ଦ ଦଣ୍ଡସେନାଙ୍କ ବିରୋଧରେ ‘ଫେଭର..’ ଭଳି ଆପତ୍ତିଜନକ ଅଭିଯୋଗ ଉଠାଇଥିଲେ ା ଇତିଶ୍ରୀ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିର ଏକ ପ୍ରକଳ୍ପ ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିବାବେଳେ ସେହି ସମୟରେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନା ଯିଏ ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା କାଶୀପୁର ବ୍ଲକର ବିଦ୍ୟାଳୟ ନିରୀକ୍ଷକ (ଏସଆଇ) ଭାବେ କାର୍ଯ୍ୟରତ ଥିଲେ ଇତିଶ୍ରୀଙ୍କୁ କୁଆଡ଼େ ‘ଫେଭର..’ ମାଗିଥିଲେ ା ଇତିଶ୍ରୀ ରାଜି ନ ହେବାରୁ ତାଙ୍କ ପ୍ରତି ବଢ଼ି ଚାଲିଥିଲା ମାନସିକ ନିର୍ଯାତନା ା ସେ ବିଭିନ୍ନ ସମୟରେ ନେତ୍ରାନନ୍ଦଙ୍କ ବିରୋଧରେ ଥାନା, ଜିଲା ପ୍ରଶାସନ, ରାଜନେତାଙ୍କ ଦ୍ବାରସ୍ଥ ହୋଇ ନିରାଶ ହୋଇଥିଲେ ା
ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ମଧ୍ୟ ଆଜି ସମାନ ଦଶା ଦେଖିବାକୁ ମିଳିଲା ା ତାଙ୍କର ଅଭିଯୋଗ ମଧ୍ୟ ସମାନ ା ବିଭାଗୀୟ ମୁଖ୍ୟ ପ୍ରଫେସର ତାଙ୍କଠାରୁ କୁଆଡ଼େ ‘ଫେଭର..’ ଆଶା କରିଥିଲେ ା ବିଫଳ ହେବା ପରେ ସୌମ୍ୟାଶ୍ରୀଙ୍କ ଉପରେ ବଢ଼ି ଚାଲିଥିଲା ମାନସିକ ନିର୍ଯାତନା ା ସେ ମଧ୍ୟ ନ୍ୟାୟ ଆଶାରେ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନ, ପୁଲିସ ଓ ରାଜନେତାଙ୍କ ଦ୍ବାରସ୍ଥ ହୋଇଛନ୍ତି ା କେବଳ ସେତିକି ନୁହେଁ ସେ ସାମାଜିକ ଗଣମାଧ୍ୟମରେ ମଧ୍ୟ ନିଜର ଆକୁଳ ଚିତ୍କାର କରିଛନ୍ତି। କେହି କର୍ଣ୍ଣପାତ କରିଲେ ନାହିଁ ା ଚାରିଆଡ଼ୁ ନିରାଶ ହେବା ପରେ ସର୍ବସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଲେ ା ସେ ଚାଲିଯିବା ପରେ ତାଙ୍କୁ ନ୍ୟାୟ ଦାବି କରି ରାଜ୍ୟବ୍ୟାପୀ ହୁଲସ୍ତୁଲ ା ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନ ସମସ୍ତେ ତାଙ୍କ ପାଇଁ ଲୁହ ଗଡ଼ାଉଛନ୍ତି ା ଜୀବିତ ଅବସ୍ଥାରେ ତାଙ୍କ ପାଇଁ ପଦୁଟିଏ ସ୍ବର ଉତ୍ତୋଳନ କରିବାକୁ ସାହାସ ଜୁଟାଇ ପାରି ନ ଥିବା ବ୍ୟକ୍ତିବିଶେଷ ଆଜି ତାଙ୍କ ଅବର୍ତ୍ତମାନରେ ଗଳା ଫଟାଇ ଚିତ୍କାର କରି ନ୍ୟାୟ ଭିକ୍ଷା କରୁଛନ୍ତି ା ତେବେ ସେଇ ଏକା ପ୍ରଶ୍ନ… ପଞ୍ଚଭୂତରେ ଲୀନ ହୋଇଯାଇଥିବା ସୌମ୍ୟାଶ୍ରୀଙ୍କୁ ସତରେ କ’ଣ ନ୍ୟାୟ ମିଳିଲା ? ସର୍ବସମ୍ମୁଖରେ ଯେତେବେଳେ ନିରୀହ ଝିଅଟି ନିଜ ଦେହରେ ପେଟ୍ରୋଲ ଢାଳିଲା ତାକୁ କ’ଣ କେହି ଅଟକାଇ ପାରିଲେ ନାହିଁ। ନିରୀହ ଝିଅଟି ଯେତେବେଳେ ନ୍ୟାୟ ପାଇଁ ଆକୁଳ ଚିତ୍କାର କରୁଥିଲା ସେତେବେଳେ ତା’ ପଛରେ କାହିଁକି କେହି ଛିଡ଼ା ହୋଇ ନ ଥିଲେ ବୋଲି ଏବେ ପ୍ରଶ୍ନ ହେଉଛି ା
ରାଜ୍ୟରେ ଏଭଳି ଅନେକ କ୍ଷେତ୍ରରେ ବିଶେଷତଃ କର୍ମଜୀବୀ ମହିଳା ‘ଫେଭର..’ ଭଳି ଅପଶବ୍ଦର ଶିକାର ହେଉଥିବା ଅଭିଯୋଗ ହେଉଛି ା ଏଥିପାଇଁ କ’ଣ ଆମ ସମାଜ ଦାୟୀ ନୁହେଁ ା ପୁରୁଷ-ନାରୀ ମଧ୍ୟରେ ସମାନତା କଥା ଆମେ ବିଭିନ୍ନ ସଭା ସମିତିରେ ଚିତ୍କାର କରୁଛେ, ମହିଳା ସଶକ୍ତୀକରଣ, ସ୍ବାବଲମ୍ବୀ ନେଇ ଅନେକ ଭାଷଣ ଶୁଣୁଛେ, ତେବେ କାହିଁକି ମହିଳାଙ୍କୁ ସ୍ବାଧୀନ ଭାବେ ବଞ୍ଚିବାର ଅଧିକାରକୁ ବିଭିନ୍ନ ସମୟରେ ଛଡ଼ାଇ ନିଆଯାଉଛି। କାହିଁକି ‘ଫେଭର’ର ଶିକାର ହେଉଛନ୍ତି ଇତିଶ୍ରୀରୁ ଆରମ୍ଭ କରି ସୌମ୍ୟାଶ୍ରୀଙ୍କ ପର୍ଯ୍ୟନ୍ତ ନିରୀହ ଯୁବତୀମାନେ ା ପୁଣିଥରେ ‘ଫେଭର..’ ଶବ୍ଦର ଜାଲରେ ଆଉ କେହି ଛନ୍ଦି ହେବା, ନ୍ୟାୟ ନ ପାଇ ଆଉ କାହା ଜୁଇ ଜଳିବା ପୂର୍ବରୁ ତୃଣମୂଳସ୍ତରରେ ଏ ନେଇ ଅଧିକ ସଚେତନତା ଲୋଡ଼ା ବୋଲି ମତପ୍ରକାଶ ପାଉଛି ା



