www.samajalive.in
Monday, December 15, 2025
27.1 C
Bhubaneswar

ଆଇଟିଇଆରର ୯୧% ଗ୍ରାଜୁଏଟ ପାଇଲେ ଉଚ୍ଚ ବେତନରେ ନିଯୁକ୍ତି

ଭୁବନେଶ୍ବର : ଶିକ୍ଷା ଓ ଅନୁସଂଧାନ (ଡିମ୍‌ଡ ବିଶ୍ବବିଦ୍ୟାଳୟ ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ଟେକ୍‌ନିକାଲ ଏଜୁକେସନ ଆଣ୍ଡ ରିସର୍ଚ(ଆଇଟିଇଆର) ୨୦୧୯-୨୦ ବ୍ୟାଚର ୯୧ ପ୍ରତିଶତ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ୩୦ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଦିନ ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା​‌ ବେଳେ ସେମାନେ ବାର୍ଷିକ ହାରାହାରି ୬ ଲକ୍ଷ ଟଙ୍କାର ପ୍ୟାକେଜ ପାଇବେ।

ଚଳିତ ଶିକ୍ଷାବର୍ଷରେ ଆଇଟିଇଆର କ୍ୟାମ୍ପସ ଚୟନରେ ୧୦୪ଟି କମ୍ପାନୀ ଆସିଥିବା ବେଳେ ୨୨୬୪ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରୁ ବାର୍ଷିକ ସର୍ବାଧିକ ୩୧ ଲକ୍ଷ ଟଙ୍କାର ପ୍ୟାକେଜ ରହିଛି। ଏଆଇସିଟିଇ ଦ୍ବାରା ସ୍ବୀକୃତିପ୍ରାପ୍ତ ଆଇଟିଇଆରକୁ ମାଇକ୍ରୋସଫ୍ଟ, ଇନଫୋସିସ୍‌, କଗ୍‌ନିଜାଂଟ ଭଳି କମ୍ପାନୀ ଅଧିକ ନିଯୁକ୍ତି ଦେଇଛି।

- Advertisement -

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୯ ନ୍ୟାସନାଲ ଇନଷ୍ଟିଚ୍ୟୁଟସନାଲ ରାକିଙ୍ଗ ଫ୍ରେମୱାର୍କରେ ଏହି ଇଂଜିନିୟରିଂ କଲେଜ ଦେଶରେ ୩୨ ତମ ସ୍ଥାନରେ ଥିବା ବେଳେ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଶିକ୍ଷା ଓ ଅନୁସଂଧାନ ୨୪ତମ ସ୍ଥାନରେ ରହିଛି। ଏହି ଅନୁଷ୍ଠାନ ଟାଇମସ ହାୟାର ଏଜୁକେସନ ୱାର୍ଲଡ ୟୁନିଭରସିଟି ରାକିଙ୍ଗରେ ୬୦୧ରୁ ୮୦୦ କାଟାଗୋରିରେ ରହିଥିବା ବେଳେ ଏହାର କମ୍ପୁଟର ସାଇନ୍ସ ପ୍ରୋଗାମରେ ୬୦୦ ପ୍ଲସ କାଟାଗୋରିରେ ସ୍ଥାନ ପାଇଥିଲା।  କରୋନା ପରିସ୍ଥିତି ଲାଗି ରହିଥିଲେ ମଧ୍ୟ ୨୦୨୧ ବ୍ୟାଚ ପାଇଁ କ୍ୟାମ୍ପସ ଚୟନ ପାଇଁ ପ୍ରକ୍ରିୟା ଜାରି ରହିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

 

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories