www.samajalive.in
Saturday, December 6, 2025
23.1 C
Bhubaneswar

ଛଅ ମାସ ହେବ ଜଳୁନି ଷ୍ଟ୍ରିଟ ଲାଇଟ, ଅନ୍ଧାରରେ ଆଲୋକୀକରଣ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥତ ହରିଣ ପାର୍କ ଠାରୁ ପାପଡାହାଣ୍ଡି ବସଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ ରାସ୍ତା କଡରେ ଆଲୋକିତ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଆଜକୁ ୨ ବର୍ଷ ପୂର୍ବେ ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର ଙ୍କ ଉଦ୍ୟମରେ ପାର୍କ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପ୍ରାୟ ଏକ କିମି ଦୂରତା ମଧ୍ୟରେ ୫୦ଟି ହାଇମାସ୍କ ଲାଇଟ ଲଗାଯାଇଥିଲେ । ଏହି ଆଲୋକୀକରଣ ପରେ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କ ମହତ ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ । ପ୍ରାୟ ଏକ କିମି ଦୁଇ ପଟ ଜଙ୍ଗଲ ପରିବେଶ ମଧ୍ୟରେ ଆଲୋକରେ  ଝଲକି ଉଠୁଥିଲା ଏହି ରାସ୍ତା । କିନ୍ତୁ ଦୁଃଖର ବିଷୟ ଆଜକୁ ପ୍ରାୟ ଛଅ ମାସରୁ ଉର୍ଦ୍ଧ୍ବ ହେବ ଅଧିକାଂଶ ଲାଇଟ ଗୁଡିକ ବନ୍ଦ ହୋଇଯିବା ଯୋଗୁଁ ରାସ୍ତା ଅନ୍ଧକାର ମୟ ହୋଇ ପଡ଼ିଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବିଦ୍ୟୁତ ବିଭାଗ ଏବଂ ପଂଚାୟତକୁ  ଜଣାଇ ଥିଲେ ହେଁ ଏହାର ମରାମତି ହୋଇପାରୁନାହିଁ । ଏ ନେଇ ପାପଡାହାଣ୍ଡି ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଯେ ପାପଡାହାଣ୍ଡି ବ୍ଲକ ସଦରମହକୁମାରେ ଜଳୁଥିବା ସମସ୍ତ ଷ୍ଟ୍ରିଟ ଲାଇଟ ଗୁଡିକର ତଦାରଖ ଦାୟିତ୍ୱ ପାପଡାହାଣ୍ଡି ପଂଚାୟତକୁ ଦିଆଯାଇଛି । ପଂଚାୟତ ସେ ଗୁଡିକର ମରାମତି ପଂଚାୟତ ଅର୍ଥରେ କରିବା ସହ ବିଦ୍ୟୁତ ବିଲ ପୈଠ କରିବ ବୋଲି ଏଗ୍ରିମେଣ୍ଟ ମଧ୍ୟ ହୋଇଅଛି । କିନ୍ତୁ ପଂଚାୟତ ବିଭାଗର ଇଛାଶକ୍ତିର ଅଭାବ ଯୋଗୁଁ ପାପଡାହାଣ୍ଡି ସଦର ମହକୁମାର ଅଧିକାଂଶ ଷ୍ଟ୍ରିଟ ଲାଇଟ ଖରାପ ହୋଇ ଅନ୍ଧାର ହୋଇଯାଇଥିବା ବେଳେ କିଛି ସାହି ମାନଙ୍କ ରେ ଷ୍ଟ୍ରିଟ ଲାଇଟ ଗୁଡିକ ଦିନ ରାତି ଜଳୁଥିବା ବେଳେ ସୁଇ ର ମରାମତି ନ କରିବା ଯୋଗୁଁ ବିଦ୍ୟୁତ ବିଲ ବାବଦରେ ଲକ୍ଷାଧିକ ଟଙ୍କା ନଷ୍ଟ ହେଉଛି । ପଂଚାୟତ ତରଫରୁ ଜଣଙ୍କୁ ବିଦ୍ୟୁତ ମରାମତି ପାଇଁ ନିଯୁକ୍ତି ଦିଆ ଯାଇଥିବା ବେଳେ ମଧ୍ୟ ମରାମତି ହେଇପାରୁନାହିଁ ଷ୍ଟ୍ରିଟ ଲାଇଟ । ଯାହା ଦ୍ୱାରା କି ଅଧିକାଂଶ ଅଂଚଳ ଅନ୍ଧାରରେ ରହିଛି। ଏଥିପାଇଁ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା । କିଛିଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲାପାଳ ଏହି ରାସ୍ତା ଦେଇ ଉମରକୋଟରୁ ଫେରୁଥିବା ସମୟ ରେ ଷ୍ଟ୍ରିଟ ଲାଇଟ ଲାଗୁ ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଶୀଘ୍ର ମରାମତି କରିବା ପାଇଁ ନିର୍ଦେଶ ଦେଇଥିଲେ, ପରେ ଜଣେ ମେକାନିକ ଆସି ଯାଞ୍ଚ ସମୟରେ ୫୦ଟି ଷ୍ଟ୍ରିଟ ଲାଇଟ ରୁ ୨୬ଟି ପୋଡି ଯାଇଥିବା ଜଣାପଡିଥିଲା । ତା ପରେ ବି ଏଯାବତ ତିଆରି ହୋଇପାରିଲା ନାହିଁ, ସ୍ଥାନୀୟ ବ୍ଲକ ଏବଂ ପଂଚାୟତ ଅଧିକାରୀ ମାନେ ଏଦିଗରେ ତୁରନ୍ତ ପଦକ୍ଷେପ ନେଇ ପାପଡାହାଣ୍ଡିର ଆଲୋକ ବ୍ୟବସ୍ଥା କୁ ଶୀଘ୍ର ସଜାଡ଼ିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories