www.samajalive.in
Saturday, December 6, 2025
16.1 C
Bhubaneswar

ବାଲ୍ୟ ବିବାହ ରୋକିଲା ଚାଇଲଡ ଲାଇନ

ଫୁଲବାଣୀ : କନ୍ଧମାଳ ଚାଇଲଡ ଲାଇନ ପକ୍ଷରୁ ଆଜି ଆଉ ଏକ ବାଲ୍ୟ ବିବାହ ବନ୍ଦ କରାଯାଇଛି।  ମିଳିଥିବା ସୂଚନା ମୁତାବକ ଚକାପାଦ ଥାନା ବ୍ରାହ୍ମଣପାଦ ପଂଚାୟତର ଜନୈକା ନାବାଳିକା ଝିଅ ସହ ସେହି ଅଂଚଳର ଜଣେ ଯୁବକର ବିବାହ ପାଇଁ ଉଭୟ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ଆଉ ଗୋଟିଏ ଦିନ ପରେ ସେମାନଙ୍କର ବିବାହ ହୋଇଥାନ୍ତା। ତେବେ  ଚାଇଲଡ ଲାଇନ କର୍ମକର୍ତ୍ତା କୌଣସି ସୂତ୍ରରୁ ଖବର ପାଇ ଏ ନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଓ ଚାଇଲଡ ଲାଇନ କର୍ମଚାରୀ ପ୍ରଥମେ ଯାଇ ଯୁବକର ଘରେ ପହଂଚିଥିଲେ। ତେବେ ପୁଲିସ ଆସୁଥିବା ଖବର ପାଇ ଯୁବକର ଘର ଲୋକେ ଘରେ ତାଲା ପକାଇ କୁଆଡ଼େ ଚାଲି ଯାଇଥିଲେ। ଏହାପରେ ଚକାପାଦ ସିଡିପିଓ ଅଲିଅଳ ପ୍ରଧାନ, ସୁପରଭାଇଜର ଶ୍ରୀକାନ୍ତି ମଲିକ, ଅଙ୍ଗନବାଡି କର୍ମୀ ବନିତା ମଲିକ, ଚାଇଲଡ ଲାଇନର ଅନୁପ କୁମାର ସାହୁ ଓ ଦୀଲ୍ଲୀପ ଦାସ ପ୍ରମୂଖ ଝିଅ ଘରେ ପହଂଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ନାବାଳିକାର ଘର ଲୋକେ ବୟସ ହେବା ପର୍ଯ୍ୟନ୍ତ ଝିଅର ବାହାଘର ନ କରିବା ପାଇଁ ଲିଖିତ ଭାବେ ପ୍ରତିଶୃତି ଦେଇଥିବା ଫୁଲବାଣୀ ଚାଇଲଡ ଲାଇନ ସୂତ୍ରରୁ ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories