www.samajalive.in
Friday, December 12, 2025
16.1 C
Bhubaneswar

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ଚଢ଼ାଉ ଜାରି, ୫ କୋଟି ନଗଦ ଟଙ୍କା ଜବତ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ଵରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ୨ୟ ଦିନ ପାଇଁ ଚଢ଼ାଉ ଜାରି ରହିଛି। ଚଢ଼ାଉ ସମୟରେ ଆୟକର ବିଭାଗ ନଗଦ ୫ କୋଟି ଟଙ୍କା ଜବତ କରିଛି। ବର୍ତ୍ତମାନ ସୁଦ୍ଧା ପରମେଶ୍ଵର ଏବଂ କଂଗ୍ରେସର ବରିଷ୍ଠ ନେତା ଏଲ. ଜଲପ୍ପାଙ୍କ ପୁଅ ରାଜେନ୍ଦ୍ରଙ୍କ ୨୫ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଚଢ଼ାଉରେ ଆୟକର ବିଭାଗର ପ୍ରାୟ ୩୦୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ, ପରମେଶ୍ଵରଙ୍କ ପରିବାର ଦ୍ବାରା ସିଦ୍ଧାର୍ଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନ ପରିଚାଳିତ ହେଉଛି। ସେହିପରି ରାଜେନ୍ଦ୍ର ଡୋଡାବଲ୍ଲାପୁରା ଏବଂ କୋଲାରରେ ଆର. ଏଲ. ଜଲପ୍ପା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପରିଚାଳନା କରୁଛନ୍ତି। ଉଭୟ ଶିକ୍ଷାନୁଷ୍ଠାନ ନୀଟ୍‌ ପରୀକ୍ଷା ସହିତ ଜଡ଼ିତ କୋଟି କୋଟି ଟଙ୍କାର ଟିକସ ଚୋରି କରିଥିବା ସନ୍ଦେହରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories