www.samajalive.in
Sunday, December 14, 2025
19.1 C
Bhubaneswar

ତାମିଲନାଡୁ ମନ୍ତ୍ରୀଙ୍କ ଘରେ ଆୟକର ଚଢ଼ାଉ; ସାମିଲ ହୋଇଛନ୍ତି ୩୫୦ ଅଧିକାରୀ

ତାମିଲନାଡୁ: ତାମିଲନାଡୁର ମନ୍ତ୍ରୀ କେ. ସି. ବୀରାମଣି ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଆୟକର(ଆଇଟି) ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟିକସ ଫାଙ୍କିବା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଶୁକ୍ରବାର ସକାଳ ସାଢ଼େ ୬ଟାରୁ ଏହି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ଏଥିରେ ଆୟକର ବିଭାଗର ପାଖାପାଖି ୩୫୦ ଆୟକର ଅଧିକାରୀ ସାମିଲ ହୋଇଥିବା ଜଣାପଡ଼ିଛି।

ଆୟକର ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ମନ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ସମେତ ଚେନ୍ନାଇରେ ଥିବା ଏକ ଘରୋଇ ଦୁଗ୍ଧ କମ୍ପାନୀରେ ଏହି ଚଢ଼ାଉ ହୋଇଛି। ସନ୍ଧ୍ୟା ପର୍ଯ୍ୟନ୍ତ ଚଢ଼ାଉ ଚାଲିବ। ମନ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ଦ୍ବାରା ଅଧିକୃତ ରିୟଲ ଇଷ୍ଟେଟ ସଂସ୍ଥା ଟିକସ ଫାଙ୍କିଥିବା ଅଭିଯୋଗ ଆସିଥିଲା। ଭେଲୋର ସେଣ୍ଟର ଅଫ ଦ ରିୟଲ ଇଷ୍ଟେଟ ଆସୋସିଏଶନ ଅଫ ଇଣ୍ଡିଆର ଅଧ୍ୟ୪ ତଥା ରିୟଲ ଇଷ୍ଟେଟ ବ୍ୟବସାୟୀ ରାମମୂର୍ତ୍ତି ରେଡ୍ଡୀ, କେ. ଜୟପ୍ରକାଶ, ରାମ ଅଞ୍ଚାନେୟାଲୁ ଏବଂ ଏସ. ବ୍ରହ୍ମାନନ୍ଦମଙ୍କ କାର୍ଯ୍ୟାଳୟରେ ଏହି ଚଢ଼ାଉ କରାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories