www.samajalive.in
Sunday, November 16, 2025
15.1 C
Bhubaneswar

ଇସ୍ତାନବୁଲ୍‌ ବିସ୍ଫୋରଣରେ କୁର୍ଦିସ୍‌ ଆତଙ୍କବାଦୀ ସାମିଲ୍‌ ଥିବା ଦାବି କଲା ତୁର୍କୀ – ଜଣେ ମହିଳା ଗିରଫ

ଇସ୍ତାନବୁଲ୍‌ – ଇସ୍ତାନବୁଲ୍‌ରେ ଜଣେ ମହିଳା ଆତଙ୍କବାଦୀ ବିସ୍ଫୋରଣ କରିଥିବା ସୂଚନା । ଇସ୍ତାନବୁଲ ସହରର ପର୍ଯ୍ୟଟକଙ୍କ ପାଇଁ ଉଦିଷ୍ଟ ବଜାରରେ ଏହି ଆକ୍ରମଣ ହୋଇଛି। ଏଥିରେ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ୍ଣ ବଜାରରେ ନିଆଁ ଏବଂ ଧୂଆଁ ଭର୍ତ୍ତି ହୋଇଯାଇଥିଲା ।

ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ବିସ୍ଫୋରଣପରେ ୫୩ ଜଣ ଲୋକ ଆହତ ହୋଇଛନ୍ତି । ଇସ୍ତାନବୁଲର ବ୍ୟସ୍ତତମ ବଜାର ସିଟି ଇସ୍ତିକଲାଲରେ ଏହି ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି । ସିସିଟିଭି ଫୁଟେଜ୍‌ରେ ମହିଳା ଜଣଙ୍କ ବିସ୍ଫୋରଣ ପୂର୍ବରୁ ଏକ ବ୍ୟାଗ ସେଠାରେ ଛାଡି ଚାଲିଯାଉଥିବା ଦେଖିବା ପାଇଁ ମିଳୁଛି । ବିସ୍ଫୋରଣ ପରେ ସେଠାରେ ଅନେକଙ୍କ ଶବ ଏଣେ ତେଣେ ବିଛାଡି ହୋଇ ପଡୁଥିବା ଦେଖିବା ପାଇଁ ମିଳିଥିଲା । ପରେ ସେଠାରେ ପୁଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚିଥିଲା । ଏହି ସ୍ଥାନରେ ଅନେକ ଥର ବିସ୍ଫୋରଣ ହୋଇଛି ।

- Advertisement -

୨୦୧୫-୧୬ ମସିହାରେ ମଧ୍ୟ ଏହି ଷ୍ଟ୍ରୀଟ୍‌ରେ ମଧ୍ୟ ଆକ୍ରମଣ ହୋଇଥିଲା । ଏଥିରେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories