www.samajalive.in
Saturday, December 6, 2025
16.1 C
Bhubaneswar

ଡ଼ିସେମ୍ବର ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ାଯିବ ଆଧାର ନମ୍ବର ଓ ପାନ କାର୍ଡ଼

ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ ଜମାଖାତାକୁ ଆଧାର ସହ ଯୋଡ଼ିବା ଓ ଆବଶ୍ୟକସ୍ଥଳେ ପାନ କାର୍ଡ଼ ସହ ସଂଯୋଗ କରିବା ପାଇଁ ବ୍ୟାଙ୍କ ସମୁଦାୟକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ସହିତ ରୁ-ପେ କାର୍ଡ଼କୁ ଗ୍ରାହକମାନଙ୍କ ନିମନ୍ତେ ପ୍ରଥମ ବିକଳ୍ବ ଭାବରେ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭାରତୀୟ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ର ୭୩ ତମ ବାର୍ଷିକ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୀତାରମଣ କହିଛନ୍ତି ଯେ, ଏକମାତ୍ର କାର୍ଡ ଭାବରେ ରୁ-ପେ କାର୍ଡ଼କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏକ ଭାରତୀୟ ଉତ୍ପାଦ ଓ  ଏନପିସିଆଇ (ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ) ଦ୍ବାରା ପ୍ରଚଳିତ ଏହି କାର୍ଡ଼ ଦେଶର ସମସ୍ତଙ୍କ ନିମନ୍ତେ ଉପଲବ୍ଧ ହେବାର ଆବଶ୍ୟକତା ରହିଛି ।

- Advertisement -

ଏହି ଅବସରରେ ସେ ଭାରତୀୟ ବ୍ୟାଙ୍କଗୁଡ଼ିକର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି; କିନ୍ତୁ ଆଧାର ସଂଯୋଗ ଓ ପାନ କାର୍ଡ଼ ସଂଯୋଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି । ଡ଼ିସେମ୍ବର ୩୧ ସୁଦ୍ଧା ଆଧାର ସଂଯୋଗ ହୋଇ ନ ଥିବା ଗୋଟିଏ ବି ବ୍ୟାଙ୍କ ଖାତା ଅଛି ବୋଲି ମୁଁ ଶୁଣିବାକୁ ପ୍ରସ୍ତୁତ ନୁହେଁ ବୋଲି ସୀତାରମଣ ଚେତାଇ ଦେଇଛନ୍ତି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories