www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଉଜାଡ଼ି ଦେଲା ପରିବାର: ଗୋଟିଏ ମାସରେ ଦୁଇ ପୁତୁରାଙ୍କ ସମେତ ଦାଦା ଆର ପାରିରେ      

ନବରଙ୍ଗପୁର : ନବରଙ୍ଗପୁରରେ ମହମାରୀ କରୋନା ଆଉଜଣଙ୍କର ଜୀବନ ନେଇଛି। ନବରଙ୍ଗପୁର ସହରର ପାଞ୍ଜିଆସାହି ନିବାସୀ ଅବସର ପ୍ରାପ୍ତ ଫାର୍ମାସିଷ୍ଟ  ଗିରିଜା ଭୂଷଣ ବେହେର ଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଅବିଭକ୍ତ କେରାପୁଟ ଜିଲାର ବିଭିନ୍ନ ଡାକ୍ତରଖାନାରେ କାମ କରି ସୁନାମ ଅର୍ଜନ କରିଛନ୍ତି। ଜଣେ କ୍ରିଡାବିତ ଭାବେ ମଧ୍ୟ ସେ ବେଶ ପରିଚିତ ଥିଲେ।  ସେ କରୋନାରେ ଆକ୍ରାନ୍ତ ହେବାପରେ ପ୍ରଥମେ ନବରଙ୍ଗପୁର କୋଭିଡ୍‍ ଡାକ୍ତରଖାନା ଓ ପରେ ଗୁରୁତର ହେବାରୁ ବ୍ରହ୍ମପୁର କୋଭିଡ୍‍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେ ଭେଣ୍ଟିଲେଟରରେ ରହିଥିବାବେଳେ ତାଙ୍କର ପରଲୋକ ହୋଇଛି। ମଙ୍ଗଳବାର ଦିନ ସକାଳେ ବ୍ରହ୍ମପୁରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ବୋଲି ତାଙ୍କର ପୁଅ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ତାଙ୍କର ନିଜ ପୁତୁରା  ଇଞ୍ଜିନିୟର ସୁଧୀର ପଟ୍ଟନାୟକ (୫୦) ଙ୍କର ରବିବାର ରାତ୍ରରେ ମୃତ୍ୟୁ ହୋଇଥିବାବେଳେ ଏକ ମାସ ମଧ୍ୟରେ ଆଉଜଣେ ପୁତୁରା ନବରଙ୍ଗପୁର ମହିଳା ମହାବିଦ୍ୟାଳୟର କ୍ରିଡା ପ୍ରଶିକ୍ଷକ ଶିବରାମ ପଟ୍ଟନାୟକ (୫୪)ଙ୍କର କରୋନାରେ ମୃତ୍ୟୁହୋଇଥିଲା।  ତେବେ ଗୋଟିଏ ପରିବାରର ତିନିଜଣଙ୍କର ଗୋଟିଏ ମାସରେ ମୃତ୍ୟୁ ହେବା ନେଇ ସହରରରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନ ଏହି ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ଓ ସାହି ପଡିଶା ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି। ଏହାକୁ ନେଇ ସହରରେ ଆଲୋଚନା ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories