ଇତିହାସ ରଚିଲା ଇସ୍ରୋ; ଉତକ୍ଷେପଣ ହେଲା ଆର୍ଥ ଅବଜରବେସନ ସାଟେଲାଇଟ EOS-8
ସମାଜ ଡିଜିଟାଲ ଡେସ୍କ: ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ SSLV-D3ରକେଟ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ହୋଇଛି । ଆଜି ସକାଳ ୯ଟା ୧୭ମିନିଟ ସମୟରେ ଏହାର ସଫଳ ଉତକ୍ଷେପଣ ହୋଇଛି । ଇସ୍ରୋର ଏହି ପଦକ୍ଷେପ ସହିତ ଭାରତ ବର୍ତ୍ତମାନ ପୃଥିବୀର ହୃଦସ୍ପନ୍ଦନ ଶୁଣିବାରେ ସକ୍ଷମ ହେବ । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ ତେବେ ଭାରତ ସମ୍ଭାବ୍ୟ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ପାଇପାରିବ । କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D3 ର ତୃତୀୟ ତଥା ଅନ୍ତିମ ବିକାଶମୂଳକ ଉଡାଣ ମାଧ୍ୟମରେ ଏହା ଉତକ୍ଷେପଣ କରାଯାଇଛି ।
#ISRO (Indian Space Research Organisation) launches the third and final developmental flight of SSLV-D3/EOS-08 mission, from the Satish Dhawan Space Centre in Sriharikota, #AndhraPradesh.
@isro #SSLVD3 pic.twitter.com/WPJIIxdbyw— DD News (@DDNewslive) August 16, 2024
Comments are closed.