www.samajalive.in
Tuesday, December 9, 2025
26.1 C
Bhubaneswar

ହମାସ୍ ସହ ଯୁଦ୍ଧରେ ବାଇଡ଼େନଙ୍କ ସ୍ପଷ୍ଟ ସମର୍ଥନକୁ ଇସ୍ରାଏଲର ପ୍ରଶଂସା

ଡେସ୍କ: ଇସ୍ରାଏଲ ଏବଂ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ ଇସ୍ରାଏଲକୁ ସ୍ପଷ୍ଟ ସମର୍ଥନ କରିବା ଏବଂ ଗାଜାରେ ମାନବିକ ସହାୟତା ପାଇଁ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ୍ ଆଜି ଇସ୍ରାଏଲରେ ପହଞ୍ଚିଥିଲେ। ତେଲଆଭିବରେ ପହଞ୍ଚିବା ପରେ ଆମେରିକାର ରାଷ୍ଟ୍ରପତିଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ସ୍ୱାଗତ କରିଥିଲେ।

ଏହି ଅବସରରେ ହମାସ୍ ସହିତ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ପଷ୍ଟ ସମର୍ଥନକୁ ଶ୍ରୀ ନେତାନ୍ୟାହୁ ପ୍ରଶଂସା କରିଛନ୍ତି। ସେ ଦୁଇ ଦେଶ ମଧ୍ୟରେ ଅଭୂତପୂର୍ବ ସହଯୋଗ ବିଷୟକୁ ଗୁରୁତ୍ୱ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତିଙ୍କ ସହ ଗଣମାଧ୍ୟମକୁ ସମ୍ବୋଧିତ କରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ମଧ୍ୟ ହମାସ ବିରୋଧରେ ଲଢେଇରେ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇବାରେ ଆମେରିକାର ସମର୍ଥନକୁ ପ୍ରଶଂସା କରିଛନ୍ତି।

- Advertisement -

ଗାଜାରେ ସାମ୍ପ୍ରତିକ ପରିସ୍ଥିତିରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ମାନବିକ ସହାୟତା ଏବଂ ରିଲିଫ ପାଇଁ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଆମେରିକାର ରାଷ୍ଟ୍ରପତିଙ୍କ ଗସ୍ତ ଏପରି ସମୟରେ ହୋଇଛି ଯେତେବେଳେ ଗତକାଲି ଗାଜାର ଏକ ଡାକ୍ତରଖାନାରେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ପାଲେଷ୍ଟାଇନ ପ୍ରାଧିକରଣ ଅଧ୍ୟକ୍ଷ ମହମୁଦ ଅବ୍ବାସ ତୁରନ୍ତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବୈଠକ ବାତିଲ କରିଦେଇଛନ୍ତି। ଏହା ପରେ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ-ହୁସେନ୍ ମଧ୍ୟ ଏହି ବୈଠକକୁ ବାତିଲ କରିଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories