ନୂଆଦିଲ୍ଲୀ : ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧର ଛଅ ଦିନ ବିତିଗଲାଣି। ଏପର୍ଯ୍ୟନ୍ତ ୨୮୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୧,୩୦୦ ଲୋକ ଇସ୍ରାଏଲରେ ଏବଂ ୧,୫୦୦ ରୁ ଅଧିକ ଲୋକ ଗାଜା ଅଞ୍ଚଳରେ ମୃତ୍ୟୁ ବରଣ କରିଛନ୍ତି।
ଗାଜା ଷ୍ଟ୍ରିପ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଇସ୍ରାଏଲ୍ ସେନା ବର୍ତ୍ତମାନ ଭୂମିରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି।
ଏହି ସମୟ ମଧ୍ୟରେ ଇରାନର ଜାତିସଂଘ ମିଶନ ଚେତାବନୀ ଦେଇଛି ଯେ ଯଦି ଇସ୍ରାଏଲ ଏହାର ବୋମା ବିସ୍ଫୋରଣକୁ ବନ୍ଦ ନକରେ, ତେବେ ‘ଅନ୍ୟପଟରୁ ଯୁଦ୍ଧ ହୋଇପାରେ। ମାତ୍ର ଇରାନ ଆରମ୍ଭରୁ ଅସ୍ୱୀକାର କରିଆସୁଛି ଯେ ସେ ହମାସ ସହିତ ଅଛି।
ଇସ୍ରାଏଲ-ହମାସ୍ ଯୁଦ୍ଧ ; ୨୮୦୦ ରୁ ଅଧିକ ମୃତ
Popular Categories



