www.samajalive.in
Saturday, December 6, 2025
26.1 C
Bhubaneswar

‘ସମାଜ’ ଜିଲ୍ଲା ପ୍ରତିନିଧିଙ୍କ ପିତୃ ବିୟୋଗ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ‘ସମାଜ’ ପ୍ରତିନିଧି ଶଶାଙ୍କ ଶେଖର ମିଶ୍ରଙ୍କ ପିତା ତ୍ରିପୁରାରି ମିଶ୍ର (୯୭)ଙ୍କ ଗତକାଲି ଗୁରୁବାର ରାତି ୯ଟା ସମୟରେ ପରଲୋକ ଘଟିଛି । ବୌଦ୍ଧ ରଥସାହିର ବାସିନ୍ଦା ତ୍ରିପୁରାରି ମିଶ୍ର ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ହୋଇପଡ଼ିଥିଲେ । ତାଙ୍କର ବିୟୋଗ ଖବର ଜଣାପଡିବା ପରେ ଜଣାଶୁଣା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଧର୍ମପରାୟଣ, ମିଷ୍ଟାଭାସି, ପରୋପକାରୀ ବ୍ୟକ୍ତିଥିଲେ। ତାଙ୍କର ଶେଷଦର୍ଶନ ପାଇଁ ବୌଦ୍ଧସ୍ଥିତ ବାସଭଵନରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ପହଁଚି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ସହିତ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ। ଶୁକ୍ରବାର ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ବଡ଼ପୁଅ ଅରୁଣ ମିଶ୍ର ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ସମୟରେ ୪ ପୁଅ ବୋହୁ, ୩ଭଉଣୀ, ନାତିନାତୁଣୀ ଉପସ୍ଥିତ ଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories