www.samajalive.in
Saturday, December 6, 2025
26.1 C
Bhubaneswar

ଗାଜା ସ୍କୁଲ୍‌ ଉପରେ ଆକ୍ରମଣ: ୧୫ ମୃତ

ତେଲଆଭିଭ୍‌ : ହମାସ ଆତଙ୍କବାଦୀଙ୍କ ଅଧ୍ୟୁଷିତ ସହର ଗାଜାର ଏକ ସ୍କୁଲ ଉପରେ ଇସ୍ରାଏଲ ସେନା କ୍ଷେପଣାସ୍ତ୍ର ମାଡ କରିଛି। କ୍ଷେପଣାସ୍ତ୍ର ମାଡରେ ୧୫ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଗତ ୮ଦିନ ମଧ୍ୟରେ ଗାଜାର ବିଭିନ୍ନ ସ୍କୁଲ ଉପରେ ଇସ୍ରାଏଲର ଏହା ପଞ୍ଚମ ଆକ୍ରମଣ। ଗାଜାର ସ୍କୁଲ ଉପରେ ହୋଇଥିବା ଏହି ଆକ୍ରମଣର ତଦନ୍ତ ଲାଗି ଫ୍ରାନ୍ସ ଓ ଜର୍ମାନୀ ଦାବି କରିଛନ୍ତି। ମାତ୍ର ଇସ୍ରାଏଲ ସେନା କହିଛି ଯେ ସ୍କୁଲରେ ଆତଙ୍କବାଦୀମାନେ ଆଶ୍ରୟ ନେଇଥିବାରୁ ଏହାକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ କରାଯାଇଛି। ଅନ୍ୟପଟେ ହମାସ ପରିଚାଳିତ ସାଧାରଣ ସୁରକ୍ଷା ଏଜେନ୍ସି କହିଛି ଯେ ସ୍କୁଲରେ ଯୁଦ୍ଧ ପ୍ରଭାବିତ ଲୋକେ ଆଶ୍ରୟ ନେଇଥିବାବେଳେ ସେମାନଙ୍କ ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଆବୁ ଆରବାନ ସ୍କୁଲ ଜାତିସଂଘ ପରିଚାଳିତ ଏକ ରିଲିଫ୍ ଶିବିର ହୋଇଥିବାବେଳେ ଏହା ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ରହିଛନ୍ତି। ସୂଚନାଯୋଗ୍ୟ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories