ଜେରୁଜେଲମ: ଗତ ମାସରେ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ଲଢେଇରେ ଅନ୍ତ ଘଟାଇବାକୁ ରାଜିନାମା ହେବାବରେ ବୁଧବାର ଇସ୍ରାଏଲ ପୁନର୍ବାର ଆକ୍ରମଣ କରିଛି। ଗାଜା ଅଞ୍ଚଳ ଉପରେ ଇସ୍ରାଏଲ ସୈନ୍ୟମାନେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଗାଜା ଅଞ୍ଚଳରେ ରହୁଥିବା ପାଲେଷ୍ଟିନୀୟମାନେ ଇସ୍ରାଏଲର ଦକ୍ଷିଣ ଭାଗକୁ ବିସ୍ଫୋରକ ଭର୍ତ୍ତି ଥିବା ବେଲୁନ ଛାଡିବା ପରେ ତାହାର ଜବାବରେ ଇସ୍ରାଏଲ ସୈନ୍ୟମାନେ ଗାଜା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି। ଇସ୍ରାଏଲରେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପେରେ ଏଭଳି ଆକ୍ରମଣ ପୁଣି ଉକ୍ତ ଅଞ୍ଚଳରେ ଉତ୍ତେଜନାର କାରଣ ହୋଇଛି।
ଖବର ସରବରାହ ସଂସ୍ଥା ଅଲ୍ ଜଜିରା ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲି ସୈନ୍ୟମାନେ ଗାଜାରେ ଥିବା ହାମାସ ଆତଙ୍କିଙ୍କ ସ୍ଥଳକୁ ଲକ୍ଷ୍ୟକରି ଆକ୍ରମଣ କରିଛନ୍ତି। ସମସ୍ତ ପ୍ରକାର ପରିସ୍ଥିତି ପାଇଁ ଇସ୍ରାଏଲି ସେନା ପ୍ରସ୍ତୁତ ରହିଥିବା କହିଛନ୍ତି। ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି ଯେ ଗାଜା ପଟୁ ଇସ୍ରାଏଲ ମଧ୍ୟକୁ ବିସ୍ଫୋରକ ଭର୍ତ୍ତି ବେଲୁନ ଛଡାଯିବା ପରେ ଇସ୍ରାଏଲ ପକ୍ଷରୁ ଏଭଳି ଜବାବ ଦିଆଯାଇଛି।
ଗାଜା ଅଞ୍ଚଳରେ ଇସ୍ରାଏଲର ସାନି ଆକ୍ରମଣ
Popular Categories



