www.samajalive.in
Saturday, December 6, 2025
19.1 C
Bhubaneswar

ଆଇଏସ୍‍ଏଲ୍‍-୫: ଉଦ୍‍ଘାଟନୀ ମ୍ୟାଚ୍‍ରେ କେରଳ ବ୍ଲାଷ୍ଟର୍ସ ବିଜୟୀ

କଲକାତା : ପେସାଦାର ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ସୁପର ଲିଗ୍‍ (ଆଇଏସ୍‍ଏଲ୍‍)ର ୫ମ ସଂସ୍କରଣ ଶନିବାର ଆରମ୍ଭ ହୋଇଛି। ସଲ୍‍ଟ ଲେକ୍‍ ଷ୍ଟାଡିୟମ୍‍ରେ ଉଦ୍‍ଘାଟନୀ ମ୍ୟାଚ୍‍ରେ ଘରୋଇ ଦଳ ୨ ଥରର ଚମ୍ପିଆନ୍‍ ଆଟ୍‍ଲେଟିକୋ ଡି କଲକାତା (ଏଟିକେ)କୁ ୨-୦ ଗୋଲ୍‍ରେ କେରଳ ବ୍ଲାଷ୍ଟର୍ସ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିବା ପରେ କେରଳ ବ୍ଲାଷ୍ଟର୍ସ ପାଇଁ ସ୍ଲୋଭେନିଆର ଖେଳାଳି ମାତେଜ୍‍ ପୋପ୍ଲାଟ୍‍ନିକ ୭୭ ମିନିଟରେ ହେଡ୍‍କରି ପ୍ରଥମ ଗୋଲ୍‍ ଦେଇଥିଲେ। ସର୍ବିୟାର ଖେଳାଳି ସ୍ଲାଭିସା ଷ୍ଟୋୟାନୋଭିକ୍‍ ୮୬ ମିନିଟରେ ଜୋର୍‍ଦାର କିକ୍‍ମାରି ୨ୟ ଗୋଲ୍‍ ଦେଇଥିଲେ। ମ୍ୟାଚ୍‍ରେ ଏଟିକେ ଗୋଲ୍‍ଦେବାର ଏକାଧିକ ସୁଯୋଗ ପାଇଥିଲେ ହେଁ ଗୋଲ୍‍ ଦେଇ ପାରିନଥିଲା। ରବିବାର ବାଙ୍ଗାଲୋରରେ ଗତ ସିଜିନ୍‍ର ଚମ୍ପିଆନ୍‍ ଚେନ୍ନଇୟିନ୍‍ ଏଫ୍‍ସି ଓ ରନର୍ସଅପ୍‍ ବେଙ୍ଗାଲୁରୁ ଏଫ୍‍ସି ମଧ୍ୟରେ ମୁକାବିଲା ହେବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories