www.samajalive.in
Monday, December 8, 2025
24.1 C
Bhubaneswar

ପେଟ୍ରୋଲ-ଡିଜେଲ ପରେ ସିଏନ୍‍ଜି ଓ ଏଲ୍‍ପିଜି ଦର ବଢିଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସର ପ୍ରଭାବ ଭାରତୀୟ ଗ୍ୟାସ ବଜାର ଉପରେ ପଡିଛି। ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଅାଁ ରହିଥିବାବେଳେ ଏବେ ସିଏନ୍‍ଜି (ଇନ୍ଧନ ଗ୍ୟାସ), ଏଲ୍‍ପିଜି (ରନ୍ଧନ ଗ୍ୟାସ) ଏବଂ ପିଏନ୍‍ଜି (ଘରୋଇ ପ୍ରାକୃତିକ ଗ୍ୟାସ) ଦରରେ ବୃଦ୍ଧି ଘଟିଛି। ସରକାର ରବିବାର ସିଏନ୍‍ଜି, ଏଲପିଜି ଓ ପିଏନ୍‍ଜି ଦର ବଢାଇ ଦେଇଛନ୍ତି। ରବିବାର ମଧ୍ୟରାତ୍ରି (ରାତି ୧୨ଟା)ରୁ ଏହା ଲାଗୁ ହେବ।
ଜାତୀୟ ରାଜଧାନୀ ଦିଲ୍ଲୀରେ ସିଏନ୍‍ଜି ଦର କିଲୋପ୍ରତି ୧.୭୦ ପଇସା ବଢି ୪୪ ଟଙ୍କା ୩୦ ପଇସାରେ ପହଞ୍ଚିଛି। ସେହିପରି ନୋଏଡାରେ ସିଏନ୍‍ଜି ଦର କିଲୋପ୍ରତି ୧.୯୫ ବୃଦ୍ଧି ପାଇ ୫୧ଟଙ୍କା ୨୫ ପଇସାରେ ପହଞ୍ଚିଛି। ହରିୟାଣାରେ ସିଏନ୍‍ଜି ଦର କିଲୋପ୍ରତି ୫୪.୦୫ ଟଙ୍କାରେ ପହଞ୍ଚିଛି। ଉଲ୍ଲେଖ ଯେ ପ୍ରାକୃତିକ ଗ୍ୟାସ ଉତ୍ପାଦନ କରୁଥିବା ଦେଶ ଆମେରିକା, ରୁଷ ଏବଂ କାନାଡାର ଗ୍ୟାସ ଦରକୁ ଆଧାର କରି ପ୍ରତି ୬ ମାସରେ ଗ୍ୟାସ ଦର ସଂଶୋଧିତ ହୋଇଥାଏ। ଭାରତ ଆବଶ୍ୟକତାର ଅଧାରୁ ଅଧିକ ଗ୍ୟାସ ଆମଦାନୀ କରିଥାଏ ଓ ଆମଦାନୀ ଗ୍ୟାସ ଦର ଘରୋଇ ବଜାରଠାରୁ ଦ୍ୱିଗୁଣ ଅଧିକ ରହିଥାଏ। ଦିଲ୍ଲୀରେ ରିଆତି ରନ୍ଧନ ଗ୍ୟାସ ଏଲ୍‍ପିଜି ୨ ଟଙ୍କା ୮୯ ପଇସା ବୃଦ୍ଧି ପାଇ ସିଲିଣ୍ଡର ପିଛା ୫୦୨.୪ ଟଙ୍କାରେ ପହଞ୍ଚିଛି। ରିଆତି ବିହୀନ ଏଲ୍‍ପିଜି ଗ୍ୟାସ ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଛି। ଉଲ୍ଲେଖ ଯୋଗ୍ୟ ଯେ ଶୁକ୍ରବାର ସରକାର ଘରୋଇ ପ୍ରାକୃତିକ ଗ୍ୟାସ (ପିଏନ୍‍ଜି) ଦର ୧୦% ବୃଦ୍ଧି କରିବା ପାଇଁ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ଅକ୍ଟୋବର ୧ରୁ ଏହା ଲାଗୁ ହେବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୟୁରିଆ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଘଟିବ ଓ ଏହାଦ୍ୱାରା ଦର ବଢିବ। ପିଏନ୍‍ଜି ପ୍ରତି ୧୦ ଲକ୍ଷ ବ୍ରିଟିଶ ଥର୍ମାଲ ୟୁନିଟ (ଏମଏମ୍‍ବିଟିୟୁ) ଦର ୩.୦୬ ଡଲାରରୁ ବୃଦ୍ଧି ପାଇ ଏବେ ୩.୩୬ ଡଲାରରେ ପହଞ୍ଚିଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories