www.samajalive.in
Sunday, December 14, 2025
23.1 C
Bhubaneswar

ସିରିଆ: ଆତ୍ମଘାତୀ ବିସ୍ଫୋରଣରେ ୨୨୦ ମୃତ

ବେରୁଟ୍‍/ଲେବାନନ୍‍: ଦକ୍ଷିିଣ ସିରିଆରେ ଆତ୍ମଘାତୀ ବିସ୍ଫୋରଣରେ ୨୨୦ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ସଂଗଠନ ଆଇଏସ୍‍ଆଇଏସ୍‍ ଏହି ବିସ୍ଫୋରଣ ଘଟାଇଥିବା ବାଦି କରିଛି।
ସିରିଆ ଅବ୍‍ଜରଭେଟୋରି ଫର ହ୍ୟୁମାନ୍‍ ରାଇଟ୍‍ସ ନାମକ ସଂଗଠନର ସୂଚନା ଅନୁଯାୟୀ, ଏକାଧିକ ସ୍ଥାନରେ ବିସ୍ଫୋରଣ ଘଟିଛି। ଚାରିଜଣ ଆତାତାୟୀ ସ୍ୱେଇଦା ସହରର ଚାରିଟି ସ୍ଥାନରେ ବିସ୍ଫୋରଣ କରିଥିବା ବେଳେ ଅନ୍ୟମାନେ କେତେକ ଛୋଟ ଗ୍ରାମ ଏପରିକି ନିର୍ଦ୍ଦିଷ୍ଟ କେତେକ ଘରେ ବିସ୍ଫୋରଣ ଘଟାଇଥିଲେ। ସେହିସବୁ ଅଞ୍ଚଳ ସରକାରୀ ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି।
ରୁଷିଆ ସମର୍ଥନରେ ଆଇଏସଆଇଏସ୍‍ ବିରୋଧରେ ବିକ୍ଷୋଭ ଅନୁଷ୍ଠିତ ହେବା ପରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ମୃତକଙ୍କ ମଧ୍ୟରେ ୧୨୭ ଜଣ ନାଗରିକ, ୯୪ ଜଣ ଆଇଏସ୍‍ଆଇଏସ୍‍ ବିରୋଧୀ ଅଛନ୍ତି। ଏହି ଆତ୍ମଘାତୀ ହମ୍‍ଲାରେ ୩୮ ଜଣ ଆଇଏସ୍‍ଆଇଏସ୍‍ ଆତଙ୍କବାଦୀ ନିହତ ହୋଇଛନ୍ତି। ସିରିଆରେ ଆଇଏସ୍‍ଆଇଏସ୍‍ର ଏହା ସବୁଠାରୁ ବଡ଼ ହମ୍‍ଲା ବୋଲି କୁହାଯାଉଛି।
ଗତ ବୁଧବାର ରୁଷିଆ ସମର୍ଥିତ ବିକ୍ଷୋଭ ବାହିନୀ ପକ୍ଷରୁ ଆଇଏସଆଇଏସ୍‍ଙ୍କ ଗଡ଼ କୁହାଯାଉଥିବା ଦାରାରେ ପ୍ରବଳ ବୋମାମାଡ଼ କରାଯାଇଥିଲା। ଏଥିରେ ଆତଙ୍କବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ହୋଇ ନଥିବା ବେଳେ ୪୧ ଜଣ ନାରଗିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତ ୧୯ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ୪୯ ଜଣ ଆଇଏସ୍‍ଆଇଏସ୍‍ ବିରୋଧୀ ଓ ୬୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories