www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁପ୍ରିୟା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୨ କୋଟି ଟଙ୍କା ବ୍ୟୟରେ ନର୍ମିତ ଗୁରୁପ୍ରିୟା ସେତୁକୁ ଉଦ୍‍ଘାଟନ କରିଛନ୍ତି। ଏହା ଦ୍ବାରା ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ବଡପଦର, ରାଲଗେଡା, ପଣସପୁଟ, ଯନ୍ତ୍ରୀ, ଯଡାମ୍ବ, ବଡପଡା, ଅଣ୍ଡ୍ରାପାଲୀ, ପେପରମେଟଲା ଓ କୁମରମାନୁର ଆଦି ୯ଟି ପଞ୍ଚାୟତ ଅନ୍ତର୍ଗତ ୧୫୧ଟି ଗ୍ରାମର ୨୫ ହଜାରରୁ ଅଧିକ ଜନସାଧାରଣ ସ୍ଥଳପଥରେ ଗମନାଗମନ ସୁବିଧା ପାଇବେ। ପୂର୍ବରୁ ଲଞ୍ଚ ଯୋଗେ ବାଲିମେଳା ଜଳଭଣ୍ଡାର ଦେଇ ସେମାନେ ଯିବା ଆସିବା କରୁଥିଲେ।

ଗତ ମେ ମାସରେ କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ ସେତୁର ଗୁଣାତ୍ମକ ମାନ ଓ ସୁରକ୍ଷାର ଯାଞ୍ଚ କାର୍ୟ୍ୟ ଶେଷ କରିଥିବା ବେଳେ ପ୍ରଥମକରି ଗୁରୁପ୍ରିୟା ସେତୁ ଦେଇ ବିଏସଏଫ ଯବାନମାନେ ବିଚ୍ଛିନ୍ନାଞ୍ଚଳକୁ ପ୍ରବେଶ କରିଥିଲେ। ମାଓବାଦୀ ପ୍ରଭାବିତ ଏହି ସେତୁର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି।

- Advertisement -

୧୯୮୬ ମସିହାରେ ସେତୁ ନିର୍ମାଣ ନେଇ ଯୋଜନା ହୋଇଥିଲେ ମଧ୍ୟ ତାହା କାର୍ୟ୍ୟକାରୀ ହୋଇପାରିନଥିଲା। ୨୦୦୬ ମସିହାରେ ଟେଣ୍ଡର ନେଇଥିବା ସଂସ୍ଥା ବୈଷୟିକ ଓ ନକ୍ସଲ ସମସ୍ୟା ଯୋଗୁଁ ଏହି କାର୍ୟ୍ୟ କରିପାରିନଥିଲେ। ସେତୁ ନିର୍ମାଣ ପାଇଁ ୬ ଥର ଟେଣ୍ଡର କରାଯାଇଥିବା ବେଳେ କାର୍ୟ୍ୟ ହୋଇପାରୁନଥିଲା। ୨୦୧୪ ମସିହାରେ ଗୁରୁପ୍ରିୟା ନଦୀ ଉପରେ ୯୧୦ ମିଟର ଦୀର୍ଘ ଏହି ସେତୁର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା। ଜାନବାଇରୁ ଚିତ୍ରକୋଣ୍ଡା ପେପର ମେଟଲା ପର୍ୟ୍ୟନ୍ତ ୧୨୫୦ ମିଟର ଦୀର୍ଘ ସଂଯୋଗୀକରଣ ରାସ୍ତା କାର୍ୟ୍ୟ ମଧ୍ୟ କରାଯାଇଛି। ମାଓବାଦୀ ସମସ୍ୟା ଯୋଗୁଁ ସୀମା ସୁରକ୍ଷା ବାହିନୀର ସହଯୋଗରେ ଏହି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories