ଭିଡିଓ ବାର୍ତ୍ତାରେ ଭାରତରେ ଆକ୍ରମଣ ପାଇଁ ଧମକ୍ ଦେଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍
ନୂଆଦିଲ୍ଲୀ – ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ଏକ ଭିଡଓ ଜାରି କରି ଧମକ ଦେଇଛି । ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଆତଙ୍କବାଦୀ ସଙ୍ଗଠନ ଇସାଲାମିକ୍ ଷ୍ଟେଟ୍ ଖୋରସାନ ପକ୍ଷରୁ ଏହି ଧମକ ଦିଆଯାଇଛି ।
ଭାରତରେ ସଙ୍ଗଠନର ସଦ୍ୟସ ମହଜୁଦ୍ ଥିବା ଏହାର ଭିଡିଓ ବୁଲେଟିନ୍ରେ କୁହାଯାଇଛି । ଏହି ଭିଡିଓରେ ନୁପୁର ଶର୍ମାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦର୍ଶାଯାଇଛି । ଭାରତର ଯେଉଁ ସ୍ଥାନମାନଙ୍କରେ ସମ୍ଭବ ହେବ ଇସଲାମିକ୍ ଷ୍ଟେଟ୍ ଆକ୍ରମଣ କରିବ ବୋଲି ଏଥିରେ କୁହାଯାଇଛି । ଏଥିରେ ଆଫଗାନୀସ୍ଥାନରେ ଶିଖ୍ମାନଙ୍କ ଉପରେ ଆକ୍ରମଣ କରାଯିବାର ଦୃଶ୍ୟ ଦେଖାଯାଇଛି । ଏହା ସହ ଆତ୍ମଘାତୀ ଆକ୍ରମଣର ଆନିମେସ୍ନ୍କୁ ପ୍ରଦର୍ଶୀତ କରାଯାଇଛି ।
ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ୍ ସହ ଉତ୍ତପ୍ରଦେଶରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ଏଥିରେ ଧମକ ଦିଆଯାଇଛି । ଏହି ସବୁ ରାଜ୍ୟମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡି କରାଯାଇଛି । ସେଠାରେ ଗୁଇନ୍ଦା ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ ହାଇଆଲର୍ଟରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।
Comments are closed.