www.samajalive.in
Wednesday, December 10, 2025
16.1 C
Bhubaneswar

ବ୍ୟକ୍ତି ଡେବିଟ୍‌ କାର୍ଡ଼ରେ ଉଠାଇଲେ ୫୦୦ ଟଙ୍କା; ବାହାରିଲା ୫ଗୁଣା ଅଧିକା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ତାଙ୍କ ଡେବିଟ୍‌ କାର୍ଡ଼ ଧରି ଏଟିଏମରୁ ଟଙ୍କା ଉଠାଇବାକୁ ଗଲେ। ସେ ୫୦୦ ଟଙ୍କା ଉଠାଇବା ପାଇଁ ନିଜ କାର୍ଡ଼ ମେସିନରେ ଭର୍ତ୍ତି କରି ​‌ପ୍ରୋସେସ୍‌ ପୁରା କଲେ। ଏହାପରେ ଏଟିଏମରୁ ୫ ଗୁଣା ଅଧିକ ଟଙ୍କା ଅର୍ଥାତ୍ ୨୫୦୦ ଟଙ୍କା ବହାରିଥିଲା। ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ନିଜ ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିଥିଲେ। କିନ୍ତୁ ତାଙ୍କ ଖାତାରୁ କେବଳ ୫୦୦ ଟଙ୍କା ହିଁ କଟିଥିଲା। ଏହି ଘଟଣା ସମ୍ନାକୁ ଆସିବା​‌ ପରେ ଉକ୍ତ ଏଟିଏମରୁ ଟଙ୍କା ଉଠାଇବାକୁ ଲୋକଙ୍କ ଭିଡ଼ ଜମିଥିଲା। ଏହି ଘଟଣା ଘଟିଛି ନାଗପୁର ଜିଲାରେ।

ସୂଚନା ମୁତାବକ, ସେହି ବ୍ୟକ୍ତି ପୁନର୍ବାର ଏଟିଏମରୁ ୫୦୦ ଟଙ୍କା ଉଠାଇଲେ, କିନ୍ତୁ ପୁଣି ୨୫୦୦ ଟଙ୍କା ବାହାରିଥିଲା। ବୁଧବାର ନାଗପୁରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଖାପରଖେଡ଼ା ସହରରେ ଅବସ୍ଥିତ ଏକ ଘରୋଇ ବ୍ୟାଙ୍କର ଏଟିଏମରେ ଘଟିଛି ଏହି ଘଟଣା।

- Advertisement -

ଏହି ଏଟିଏମରୁ ପାଞ୍ଚଗୁଣା ଅଧିକ ନଗଦ ଟଙ୍କା ବାହାରିବା ଖବର ଜଙ୍ଗଲରେ ନିଆଁ ପରି ବ୍ୟାପିଯାଇଥିଲା ଏବଂ ଦେଖୁ ଦେଖୁ ଏହା ବାହାରେ ଲୋକଙ୍କ ଭିଡ଼ ଜମିଥିଲା। ଏହା ପରେ ଏହି ବ୍ୟାଙ୍କର ଜଣେ ଗ୍ରାହକ ସ୍ଥାନୀୟ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଥାନା ଅଧିକାରୀଙ୍କ କହିବାନୁସାରେ, ଘଟଣାସ୍ଥଳରେ ପହଞ୍ଚି ଏଟିଏମକୁ ବନ୍ଦ କରାଯାଇଛି ଏବଂ ବ୍ୟାଙ୍କକୁ ଏ ବିଷୟରେ ଜଣାଇବା ପରେ ଭିଡ଼ ହଟାଯାଇଥିଲା।

 

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories