www.samajalive.in
Friday, December 12, 2025
19.1 C
Bhubaneswar

୧୦ ଦଫା ଦାବୀ ପୂରଣ ପାଇଁ ବିଧାୟିକାଙ୍କୁ ଡ୍ରାଇଭର ସଙ୍ଘର ଦାବୀ ପତ୍ର

ଠାକୁରମୁଣ୍ଡା: ଓଡ଼ିଶା ଡ୍ରାଇଭର ମହାସଂଘ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପକ୍ଷରୁ ସଂଘର ସଦସ୍ୟମାନେ ଗୁରବାର ଡ୍ରାଇଭର ସଙ୍ଘର ୧୦ ଦଫା ଦାବୀଗୁଡିକୁ ପୂରଣ କରିବାକୁ କରଞ୍ଜିଆ ବିଧାୟିକା ତଥା ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ରାଷ୍ଟ୍ର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ତାଙ୍କ ବାସଭବନରେ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପୂର୍ବରୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ। ପରେ ଭୁବନେଶ୍ୱରରେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ସେହି ସମୟରେ ଡ୍ରାଇଭର ସଙ୍ଘ ପକ୍ଷରୁ ଥିବା ଦାବୀଗୁଡିକୁ ୩ ମାସ ମଧ୍ୟରେ ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ସମସ୍ତ ଦାବୀ ପୂରଣ ଦିଗରେ କୌଣସି ସୂଚନା ସଙ୍ଘ ପାଇପାରୁ ନଥିବାରୁ ରାଜ୍ୟସଂଘ ନିଷ୍ପତ୍ତି ପରେ ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ/ବିଧାୟିକାଙ୍କୁ ଭେଟି ସଙ୍ଘ ପକ୍ଷରୁ ଦାବୀ ପତ୍ର ଦିଆଯାଇଛି। ଦାବୀଗୁଡିକୁ ପୂରଣ ଦିଗରେ ପଦକ୍ଷପ ନେବାକୁ ବିଧାୟିକାଙ୍କୁ ସଙ୍ଘ କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି। ବିଶିକେଶନ ମହାନ୍ତ, ଠାକୁରମୁଣ୍ଡା ଡ୍ରାଇଭର ସଂଘର ସଭାପତି। ଉପସଭାପତି ମଣ୍ଟୁ ମହାନ୍ତ, ସମ୍ପାଦକ ତରଣୀସେନ୍ ମହାନ୍ତ, ହେମନ୍ତ ମହାନ୍ତ, ଲୋକନାଥ ସେଠୀ, ପ୍ରସାଦକ୍ଷ ମାୟାଧର ବେହେରା ଓ ଅନ୍ୟ କରଞ୍ଜିଆ, ଠାକୁରମୁଣ୍ଡା ଓ ଶରତ ଅଞ୍ଚଳର ଶହଶହ ଡ୍ରାଇଭରମାନେ ଉପସ୍ଥିତ ଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories