www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱର ୪୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଇଶା ଓ ଆକାଶ ଅମ୍ବାନୀ

ମୁମ୍ବଇ : ପ୍ରତିଷ୍ଠିତ ଫର୍ଚ୍ୟୁନ ପତ୍ରିକା ପକ୍ଷରୁ ୪୦ ବର୍ଷରୁ କମ ବୟସ ବର୍ଗରେ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରକାଶ କରାଯାଇଥିବା ଉଦୀୟମାନ ନେତୃତ୍ୱ ତାଲିକାରେ ସ୍ଥାନ ପାଇଛନ୍ତି ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଇଶା ଅମ୍ବାନୀ ଓ ଆକାଶ ଅମ୍ବାନୀ । ସେହିପରି ଏହି ତାଲିକାରେ ଇଶା ଓ ଆକାଶଙ୍କ ସହିତ ସ୍ଥାନ ପାଇଥିବା ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଅନଲାଇନ ଶିକ୍ଷା ପ୍ଲାଟପର୍ମ ବାଇଜୁସ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ରବୀନ୍ଦ୍ରନ ଏବଂ ସେରମ୍ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା ।

ସେରମ୍ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା, Image Source : News Indian express
ବାଇଜୁସ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ରବୀନ୍ଦ୍ରନ, Image : Money Bhaskar.com

 

- Advertisement -

 

 

 

 

 

 

 

୨୦୨୦ ବର୍ଷ ପାଇଁ ଆର୍ଥିକ କ୍ଷେତ୍ର, ପ୍ରଯୁକ୍ତି. ସ୍ୱାସ୍ଥ୍ୟସେବା, ସରକାର ଓ ରାଜନୀତି ଏବଂ ମିଡିଆ ଓ ମନୋରଂଜନ ଭଳି ପାଞ୍ଚଟି ବର୍ଗରେ ଫର୍ଚ୍ୟୁନ ପକ୍ଷରୁ ୪୦ବର୍ଷରୁ କମ ବୟସର ବିଶ୍ୱର ୪୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ୨୮ବର୍ଷ ବୟସ୍କ ଯମଜ ଝିଅ ଓ ପୁଅ ଇନ୍ଧନ, ଯାହା ଭାରତର ସର୍ବବୃହତ୍ତ କମ୍ପାନୀ ରିଲାଏନ୍ସ ଇଣ୍ଟଷ୍ଟ୍ରିଜ କ୍ଷେତ୍ରରେ ବେଶ୍ ପ୍ରଯୁଜ୍ୟ। ୪୭ ବର୍ଷ ପୁରୁଣା ଏହି କମ୍ପାନୀ ପେଟ୍ରୋଲିୟମ କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିବା ପରେ ୨୦୧୬ରେ ଆରମ୍ଭ ହୋଇଥିବା ଜିଓ ଜରିଆରେ ଭାରତର ମୋବାଇଲ ବଜାରରେ ପ୍ରମୁଖ ସ୍ଥାନ ହାସଲ କରିଛି ବୋଲି ଫର୍ଚ୍ୟୁନ ଉଲ୍ଲେଖ କରିଛି ।
ଆକାଶ ଅମ୍ବାନୀଙ୍କ ସମ୍ପର୍କରେ ଉଲ୍ଲେଖ କରି ଏଥିରେ କୁହାଯାଇଛି ଯେ, ବ୍ରାଉନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ ପରେ ୨୦୧୪ ମସିହାରେ ଆକାଶ କମ୍ପାନୀରେ ଯୋଗ ଦେଇଥଲେ । ଏହାର ଠିକ୍ ବର୍ଷକ ପରେ ଇଶା ୟେଲ୍‌, ଷ୍ଟାନଫୋର୍ଡ ଓ ମ୍ୟାକିନ୍‌ସେରେ ଅଭିଜ୍ଞତା ହାସଲ ପରେ କମ୍ପାନୀରେ ଯୋଗ ଦେଇଥିଲେ । ଜିଓର ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟ ଭାବେ ଏହି ଦୁଇ ଜଣ ନିକଟରେ କମ୍ପାନୀର ଫେସବୁକ ସହ ହୋଇଥିବା ୫.୭ ବିଲିୟନ ଡଲାରର ମେଗା ଡିଲ୍ ଚୂଡାନ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଗୁଗୁଲ, କ୍ୱାଲକମ୍ ଓ ଇନଟେଲ ଭଳି ଅଗ୍ରଣୀ ପ୍ରଯ୍ର୍ରୁକ୍ତି କମ୍ପାନୀଙ୍କଠାରୁ ପୁଞ୍ଜି ନିବେଶ ଆଣିବାରେ ସଫଳ ହୋଇଛନ୍ତି । ଏହି ଭଳି କ୍ରମାଗତ ପୁଞ୍ଜି ନିବେଶ ବଳରେ କମ୍ପାନୀର ଘରୋଇ ମୂଲ୍ୟାୟନ ୬୫ ବିଲିୟନ ଡଲାର ହୋଇଥିବା ଫର୍ଚ୍ୟୁନ ପକ୍ଷରୁ କୁହାଯାଇଛି ।
ଇ-କମର୍ସ ଏକ ପ୍ରମୁଖ କ୍ଷେତ୍ର ହେବାକୁ ଯାଉଥିବା ବେଳେ ଆକାଶ ଓ ଇଶା ନିକଟରେ ଜିଓ ମାର୍ଟ ଆରମ୍ଭ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହା ଭାରତର ବିଶାଳ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅନଲାଇନ ସପିଙ୍ଗ ବଜାର ଦଖଲ କରିବା ଦିଗରେ ଆମାଜନ୍ ଏବଂ ୱାଲମାର୍ଟର ଫ୍ଲିପକାର୍ଟ ସହ ପ୍ରତିଦ୍ୱନ୍ଦିତା କରିବ ବୋଲି ଫର୍ଚ୍ୟୁନ ଉଲ୍ଲେଖ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories