www.samajalive.in
Saturday, December 6, 2025
26.1 C
Bhubaneswar

୧୨ଡିସେମ୍ବରରେ ଅମ୍ବାନୀ ପରିବାରର ମହାବିବାହ : ପ୍ରାକ୍‍ ବିବାହ ସମାରୋହରେ ଦେଶୀ-ବିଦେଶୀ ତାରକାଙ୍କ ଭିଡ଼

ମୁମ୍ବଇ : ଚଳିତ ଦିନରେ ବଲିଉଡ଼ରେ ବିବାହର ଋତୁ ଚାଲିଛି। ଇତିମଧ୍ୟରେ ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।୧୨ଡିସେମ୍ବରରେ ଆନନ୍ଦ ପୀରାମଲଙ୍କୁ ବିବାହ କରିବେ ଈଶା।

- Advertisement -

ତେବେ ଈଶାଙ୍କ ପ୍ରାକ୍‍ ବିବାହ ସମାରୋହ ଆରମ୍ଭ ହୋଇଯାଇଛି। ଶନିବାର ତାଙ୍କର ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲିଉଡ଼ ଜଗତର ପ୍ରସିଦ୍ଧ ତାରକାମାନଙ୍କ ସମେତ ବହୁ ବିଦେଶୀ ତାରକା ମଧ୍ୟ ଯୋଗ ଦେଇଥିଲେ। ଏହି ସଙ୍ଗୀତ ସମାରୋହରେ ଅମ୍ବାନୀ ପରିବାର ନୃତ୍ୟ କରିଥିଲେ। ବିବାହର ସମସ୍ତ ସମାରୋହ ପାଇଁ ଉଦୟପୁରର ଉଦୟ ବିଳାସ ବୁକ୍‍ କରାଯାଇଛି।

ସୂଚନା ଅନୁସାରେ, ବିବାହକୁ ଗୋପନ ରଖିବା ପ୍ରତି ଧ୍ୟାନ ଦେବା ପାଇଁ ଉଭୟ ଅମ୍ବାନୀ ଓ ପୀରାମଲ ପରିବାର ନିଜ ଅତିଥିମାନଙ୍କୁ ନିବେଦନ କରିଛନ୍ତି। ଏନେଇ ଅତିଥିମାନଙ୍କୁ ଫୋନର ବ୍ୟବହାର କରିବା ଓ ଫଟୋ ଉଠାଇବାକୁ ମନା କରାଯାଇଛି। କୌଣସି ଫଟୋ, ଭିଡିଓ ଓ ଅଡ଼ିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର ନକରିବା ପାଇଁ ପରିବାର ତରଫରୁ କଡ଼ାକଡ଼ି ଭାବେ ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ବିବାହରେ ମଧ୍ୟ ଏପରି ନିୟମ ଲାଗୁ କରାଯାଇଥିଲା।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories