www.samajalive.in
Monday, December 8, 2025
16.1 C
Bhubaneswar

ପ୍ରଥମେ ନକଲି ଆଇଏଏସ, ଏବେ ନକଲି ଆଇଆରଏସ ପରିଚୟ ଦେଇ ଠକେଇ ଅଭିଯୋଗରେ ଗିରଫ

ବାରିପଦା: ଫେସବୁକ୍‍ ଜରିଆରେ ନିଜକୁ ଆଇଆରଏସ(ଭାରତ ସରକାରଙ୍କ ଆୟକର ବିଭାଗର ଡେପୁଟି କମିଶନର) ବୋଲି ନକଲି ପରିଚୟ ଦେଉଥିବା ସତ୍ୟଜିତ ପଣ୍ଡା ବିଭିନ୍ନ ଲୋକଙ୍କୁ ଠକୁ ଥିବା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲିସ ଦ୍ୱାରା ବୁଧବାର ସନ୍ଧ୍ୟାରେ ଗିରଫ ହୋଇଛି।
ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବାରିପଦା ୬ ନମ୍ବର ୱାର୍ଡ ପୁରୁଣାହାଟସାହିର ଜନୈକା ମହିଳାଙ୍କ ଅଭିଯୋଗକ୍ରମେ ୨୩୨/୧୮ ନମ୍ବରର ଏକ ମାମଲା ଠକେଇ ସମେତ ବିଭିନ୍ନ ଦଫାରେ ରୁଜୁ ହୋଇ ପୁଲିସ ତଦନ୍ତ ଚାଲିଛି। ଅଭିଯୋଗ ଅନୁଯାୟୀ ମାସକ ତଳେ ଫେସ୍‍ବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ସତ୍ୟଜିତ ପଣ୍ଡା ଆଇଆରଏସ ନାମରେ ଆସିଥିବାରୁ ସେ ଗ୍ରହଣ କରିଥିଲେ ଏବଂ ସେ ଅଭିଯୋଗକାରୀଙ୍କ ସହିତ ଏନଜିଓ ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ଘରକୁ ଗତ ୨୨ ତାରିଖରେ ଆସି ସବୁ କାଗଜ ସହ ଆଧାର କାର୍ଡର ଜେରକ୍ସ ଏବଂ ତିନି ହଜାର ଟଙ୍କା ନେଇଯାଇଥିଲେ। କିନ୍ତୁ ଏହା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କର କଥାବାର୍ତ୍ତା ନେଇ ସନ୍ଦେହ ଥିବାରୁ ତାଙ୍କର ସମସ୍ତ ଘଟଣା ଭିଡିଓ କରିବା ସହ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କର ଗତିବିଧିକୁ ଦୃଷ୍ଟିରେ ରଖି ପିଛା କରିଥିଲେ। ଏହିଭଳି ଠକାମୀ ପଛରେ ଏକ ବଡ ର‍୍ୟାକେଟ କାମ କରୁଥିବାର ସନ୍ଦେହ ସହିତ ବହୁତ ନିରୀହ ଲୋକ ଠକାମୀର ଶିକାର ହେଉଥିବାର ଅନୁମାନ କରି ଥାନାରେ ଆଜି ଅଭିଯୋଗ କରିଥିବା ଜଣାଯାଇଛି। ଏହି ଅଭିଯୋଗକ୍ରମେ ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତ ନକଲି ଆଇଆରଏସକୁ ସ୍ଥାନୀୟ ଅମ୍ବିକା ମନ୍ଦିରସାହି ଇଲାକାରେ ଗତ ୧୯ ତାରିଖଠାରୁ ଭଡାରେ ରହୁଥିବା ଏକ ଘରୁ ଗିରଫ କରିବା ସହ ନଗଦ ୧୦ ହଜାର ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିବାକୁ ସକ୍ଷମ ହୋଇଛି। ଜବତ ମୋବାଇଲ ଫୋନରେ ବହୁ ଉଚ୍ଚ ଶିକ୍ଷିତା ଏବଂ ଚାକିରି କରୁଥିବା ଯୁବତୀମାନଙ୍କ ଫଟୋ ସହ ମେସେଜମାନ ଥିବାର ପୁଲିସ ସୂତ୍ରରୁ ପ୍ରକାଶ। ଏଣୁ ସୋସିଆଲ ମିଡିଆ ତଥା ହ୍ୱାଅଟ୍‍ସ୍‍ପ ମାଧ୍ୟମରେ ନିଜକୁ ଆଇଏଏସ କିମ୍ବା ଆଇଆରଏସ ଆଦି ସର୍ବଭାରତୀୟ ସ୍ତରରେ ଉଚ୍ଚ ପଦବୀରେ ଚାକିରି କରୁଥିବାର ମିଥ୍ୟା ପରିଚୟ ଦେଇ ଠକୁ ଥିବା ବ୍ୟକ୍ତିଙ୍କଠାରୁ ନିବୃତ୍ତ ରହିବା ପାଇଁ ବାରିପଦା ଟାଉନ ଥାନାର ଆଇଆଇସି ଅଶୋକ କୁମାର ନାୟକ ବିଭିନ୍ନ ଜନସାଧାରଣ ତଥା ବିଶେଷ କରି ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ନିବେଦନ କରିଛନ୍ତି।
ପୁଲିସ ସୂତ୍ରରୁ ଆହୁରି ଜଣାପଡିଛି ଯେ, ଏହି ଅଭିଯୁକ୍ତ ଜଣକ ପୂର୍ବରୁ ଗତ ଜୁନ୍‍ ମାସରେ ନିଜକୁ ଆଇଏଏସ ଅଫିସର ସହ ନିଜକୁ ମାଲକାନଗିରିର ଉପଜିଲାପାଳ ଲିଙ୍ଗରାଜ ପଣ୍ଡା ବୋଲି ନକଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଚାକିରି କରାଇ ଦେବା ଅଭିଯୋଗରେ ଝାରପୋଖରୀଆ ଥାନା ପୁଲିସ ଦ୍ୱାରା ଗିରଫ ହୋଇ ବାରିପଦା ଜେଲ ହାଜତକୁ ଯାଇଥିଲା। ଏହି ଅଭିଯୁକ୍ତଙ୍କ ବିରୋଧରେ ଝାରପୋଖରୀଆ ଥାନାରେ ରୁଜୁ ହୋଇ ଗିରଫ ହୋଇଥିବା ୩ଟି ମାମଲା ମଧ୍ୟରୁ ୪୭/୧୮ ନମ୍ବରର ୪୧୯, ୪୨୦, ୪୬୮, ୪୭୧, ୫୦୭, ୧୨୦(ବି) ଓ ୩୪ ଦଫା; ୪୮/୧୮ ନମ୍ବରର ୪୧୯, ୪୨୦, ୫୦୭ ଓ ୩୪ ଦଫା ଏବଂ ୪୯/୧୮ ନମ୍ବରର ୪୨୦, ୧୨୦(ବି) ୩୪ ଦଫାରେ ରୁଜୁ ହୋଇ ବିଚାରାଧୀନ ରହିଛି। ଗିରଫ ଅଭିଯୁକ୍ତ ଅଗଷ୍ଟ ୬ ତାରିଖରେ ଜାମିନରେ ଆସିବା ପରେ ପୁଣି ବିଭିନ୍ନ ଲୋକଙ୍କୁ ଠକୁଥିବାର ପ୍ରକ୍ରିୟା ଆରମ୍ଭ କରିଛି।
ଏହି ଅଭିଯୁକ୍ତ ଜଣକ ଭଦ୍ରକ ଜିଲାର ତିହିଡିର ରାଜେଶ ଓରଫ ରଜତ ପଣ୍ଡା ବୋଲି କୁହାଯାଉଥିବା ସହ ସମଗ୍ର ରାଜ୍ୟରେ ବିଭିନ୍ନ ଥାନାରେ ଠକେଇ ମାମଲା ମଧ୍ୟ ରହିଛି। ତା’ର କାରନାମା ମାଲକାନଗିରିରୁ ମୟୂରଭଞ୍ଜ ଜିଲା ପର୍ଯ୍ୟନ୍ତ ଲମ୍ବି ଥିବା ସହ ରାଜଧାନୀ ଭୁବନେଶ୍ୱରର ଏକାଧିକ ଥାନାରେ ବିଭିନ୍ନ ମାମଲା ରହିଥିବା ପ୍ରକାଶ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories