www.samajalive.in
Wednesday, December 10, 2025
16.1 C
Bhubaneswar

ଯାତ୍ରୀ ବିଶ୍ରାମଗାରରୁ ଲୁହା କବାଟ ତାଡି ନେଇଗଲେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଡିଣ୍ଡିରାଗାଁ ପଞ୍ଚାୟତର ଲଦାପଦରଠାରେ ଥିବା ଯାତ୍ରୀ ବିଶ୍ରାମଗାରର ଲୁହା କବାଟ କିଏ ତାଡ଼ି ନେଇ ଯାଇଛନ୍ତି। ଫିରିଙ୍ଗିଆ ବ୍ଲକ ତରଫରୁ ଗତ ପ୍ରାୟ ୪ ବର୍ଷର୍ ହେଲା ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଛି। ସେଠାରେ ଥିବା ଲୋକଙ୍କୁ ଗାଡି ଅପେକ୍ଷା କରିବା ବେଳେ ବିଭିନ୍ନ ବର୍ଷ ଖରାଭଳି ରୃତୁରେ ସୁବିଧା ଦେବାପାଇଁ ଏକ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରାଯାଇଛି। ବିଶ୍ରାମଗାର ଭିତରକୁ ଗାଈଗୋରୁ ନ ଯାଇ ପାରିବେ ସେଥିରେ ଲୁହାର କବାଟ ମଧ୍ୟ ଲଗାଯାଇଥିଲା। ତେବେ ବର୍ତମାନ ସେହି କବାଟକୁ କେହି ତାଢି ନେଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ସଠୋରେ ଲାଗିଥିବା ସେହି କବାଟ ଗୁଡିକ ଲାଗିବାପରେ ତାର କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା। ସେଗୁଡିକ କିଏ ଏବଂ କାହିଁକି ସେଠାରୁ ତାଢି ନେଲା ତାହା ଜଣାପଡିନାହିଁ। କବାଟ ଲାଗିବାପରେ ସେହି କାମ ସମ୍ପୁର୍ଣ୍ଣ ହୋଇଥିଲା ଏବଂ କାମର ବିଲ ମଧ୍ୟ ହୋଇଥିବା ଜଣାପଡିଛି। ତେବେ ସେହି କାମ ସରିବାପରେ କେଉଁ ଉଦେଶ୍ୟରେ ସେହି କବାଟ ସବୁକୁ କାଢି ବାହାର କରାଯାଇ ସେଠାରୁ ନିଆଗଲା ତାହା ତଦନ୍ତ ସାପେକ୍ଷ। ଏହି ବିଷୟରେ ଡିଣ୍ଡିରା ଗାଁ ପଞ୍ଚାୟତର ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସ୍ମିତାରାଣୀ ସ୍ୱାଇଁଙ୍କୁ ପଚାରିବାରେ ସେ ଏହି ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି। ବର୍ତମାନ ସେହି ଯାତ୍ରୀ ବିଶ୍ରାମଗାରଟି ସେମିତି ଖୋଲା ପଡିଛି। ଏ ସଂପର୍କରେ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନଥିଲା। ତେବେ ସ୍ଥାନୀୟ ବ୍ଲକ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ପାଇଁ ସଧାରଣରେ ଦାବି ଜୋର ଧରିଛି।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories