www.samajalive.in
Wednesday, December 10, 2025
23.1 C
Bhubaneswar

ଆଇଆରସିଟିସି ୱେବସାଇଟ୍‌ରେ ସମସ୍ୟା, ୨ ଘଣ୍ଟା ବିଳମ୍ବରେ ହେବ ଟ୍ରେନ ଟିକେଟ୍‌ ବୁକିଂ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ଧରି ଦେଶରେ ବନ୍ଦ ହୋଇ ରହିଥିବା ଟ୍ରେନ୍‌ ଚଳାଚଳ ପାଇଁ ଆଜିଠୁ ଆରମ୍ଭ ହୋଇଛି ବୁକିଂ। ଏତେ ଦିନ ପରେ ବୁକିଂ ଆରମ୍ଭ ହୋଇଥିବାରୁ ଏକକାଳୀନ ହଜାର ହଜାର ଲୋକ ଟିକେଟ୍‌ ବୁକିଂ କରିବା ପାଇଁ ଚାହିଁ ବସିଛନ୍ତି କିନ୍ତୁ ଇଣ୍ଡିଆନ୍‌ ରେଲେଓ୍ଵର ୱେବସାଇଟ୍ ଜାମ୍ ଯୋଗୁ ଖୋଲୁ ନଥିବା ଜଣାପଡିଛି । ଆଜି ଦିନ ୪ ଟାରେ ୱେବସାଇଟ ଖୋଲିବ ବୋଲି ସୂଚନା ରହିଥିବା । ଏଣୁ  ୪ଟା ବେଳେ ଲୋକମାନେ ଓ୍ଵେବସାଇଟ ଖୋଲିଥିଲେ କିନ୍ତୁ ୱେବସାଇଟ୍ ଖୋଲିନଥିଲା। ଆଇଆରସିଟିସିର ମୋବାଇଲ ଆପ୍ ମଧ୍ୟ କାମ କରୁନାହିଁ। ୪ଟା ବେଳେ ବୁକିଂ କରିବା ପାଇଁ ଏକା ସାଙ୍ଗରେ ଅନେକ ଲୋକ ଓ୍ଵେବସାଇଟ ଖୋଲିଥିବାରୁ ସାଇଟ୍‌ରେ ସମସ୍ୟା ଦେଖାଯାଇଥିଲା। ଏବେ ଏହି ସମସ୍ୟାକୁ ଠିକ କରାଯାଉଛି । ତେବେ ପୁନଶ୍ଚ ବୁକିଂ ପ୍ରକ୍ରିୟା ଆଜି ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଅନ୍‌ଲାଇନରେ ହେବ ବୋଲି କୁହାଯାଇଥିଲା । ହେଲେ କେତେକ ସମସ୍ୟା ଯୋଗୁ ୪ଟାରୁ ବୁକିଂ ହୋଇ ପାରୁନାହିଁ। ଏହାକୁ ଆହୁରି ୨ ଘଣ୍ଟା ବଢାଇ ଦିଆଯାଇଛି। ଅର୍ଥାତ୍‌ ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories