www.samajalive.in
Saturday, December 6, 2025
14.1 C
Bhubaneswar

ଆମେରିକା ଉପରେ ଆକ୍ରମଣ କରିବ ଇରାନ, ଚେତାବନୀ ଦେଲେ ଖାମେନି

ସମାଜ ଡିଜିଟାଲ ଡେସ୍କ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନି ଆମେରିକାକୁ ପୁଣି କଡା ଚେତାବନୀ ଦେଇଛନ୍ତି । ଭବିଷ୍ୟତରେ ଇରାନ ଯେକୌଣସି ଆମେରିକୀୟ ଆକ୍ରମଣର କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ମଧ୍ୟପ୍ରାଚ୍ୟରେ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣର ଉଚିତ ଜବାବ ଦେବ ଇରାନ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ଖାମେନିପ୍ରଥମ ଥର ପାଇଁ ଏକ ସାକ୍ଷାତକାର ଦେଇଥିଲେ । ଏଥିରେ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରି ଆମେରିକାକୁ ଚେତାବନୀ ଦେଇଛନ୍ତି ଖାମେନି

ଖାମେନି ଏହି ଚେତାବନୀ ସେହି ସମୟରେ ଦେଇଛନ୍ତି ଯେତେବେଳେ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ପୁଣି ଥରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରେ, ତେବେ ଆମେରିକା ପୁଣି ଥରେ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିବ । ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି ଯେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ଦ୍ୱାରା ଇରାନର ପରମାଣୁ ଘାଟି କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବ ।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories