www.samajalive.in
Saturday, December 6, 2025
17.1 C
Bhubaneswar

ଇରାନ ସରକାରଙ୍କ ଅମାନବୀୟ ନିଷ୍ପତ୍ତି; ପିତାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାରୁ ନୋବେଲ ବିଜୟିନୀ ନର୍ଗିସ ବଞ୍ଚିତ

ତେହେରାନ: ଇରାନ ସରକାରଙ୍କ ଅମାନବୀୟ ନିଷ୍ପତ୍ତି ଯୋଗୁଁ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ନର୍ଗିସ ମହମ୍ମଦି ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ନର୍ଗିସଙ୍କ ପିତା କରିମ ମହମ୍ମଦିଙ୍କର ଗତ ମଙ୍ଗଳବାର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ତାଙ୍କୁ ଜାନ୍‌ଜାନ ସହରରେ କବର ଦିଆଯାଇଛି। ପିତାଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ନର୍ଗିସ ଜେଲ କର୍ତ୍ତପକ୍ଷଙ୍କ ଅନୁମତି ଲୋଡିଥିଲେ ସୁଦ୍ଧା ତାଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାଯାଇଛି। ଇରାନରେ ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ ଚଳାଇ ଆସୁଥିବା ୫୧ ବର୍ଷୀୟ ନର୍ଗିସଙ୍କୁ ଗତବର୍ଷ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏକାଧିକ ମାମଲାରେ ଦୋଷୀସାବ୍ୟସ୍ତ ହୋଇସାରିଥିବା ନର୍ଗିସ ବର୍ତ୍ତମାନ ଜେଲରେ ଅବସ୍ଥାନ କରୁଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories