www.samajalive.in
Sunday, December 7, 2025
13.1 C
Bhubaneswar

ସୁରକ୍ଷା ଖୋଜୁଛି ସୁରକ୍ଷା କବଚ

ରେଙ୍ଗାଲିକ୍ୟାମ୍ପ : ସମୟର ପରିବର୍ତ୍ତନ ସହ ବଢ଼ୁଛି ଲୋକଙ୍କର ବ୍ୟାଙ୍କ୍ କାରବାର । କିନ୍ତୁ ଅନ୍ୟ ବ୍ୟାଙ୍କ ମାନଙ୍କ ଠାରୁ ଷ୍ଟେଟ ବ୍ୟାଙ୍କ ଉପରେ ଲୋକଙ୍କର କିଛି ଅଧିକ ଆସ୍ଥା ଓ ବିଶ୍ୱାସ ରହିଛି । ଫଳତଃ ବହୁତ ଗୁଡାଏ ଷ୍ଟେଟ ବ୍ୟାଙ୍କ ଶାଖା ଖୋଲାଯାଇଛି । ଯେଉଁଠି ଲୋକେ ତାଙ୍କ ଟଙ୍କା ପଇସାର କାରବାର କରିବା ସହ ନିଜର ଗହଣା ତଥା ସଞ୍ଚିତ ଅର୍ଥରାଶିକୁ ସୁରକ୍ଷିତ ଭାବରେ ବ୍ୟାଙ୍କରେ ରଖିପାରୁଛନ୍ତି । ସୁରକ୍ଷା କବଚ ପରି ଲୋକଙ୍କ ସୁନା ଗହଣାକୁ ,ଟଙ୍କା ପଇସାକୁ ସୁରକ୍ଷିତ ଭାବେ ରଖୁଛି। କିନ୍ତୁ କେତେକ ଜାଗାରେ ବ୍ୟାଙ୍କ୍ ଥିବା ପରିବେଶ ତଥା ଏହାର ସୁରକ୍ଷା ବ୍ୟବସ୍ଥା ଠିକ୍ ନାହିଁ। ସେମିତି ଏକ ଷ୍ଟେଟ ବ୍ୟାଙ୍କ୍ ଶାଖା ଅତାବିରା ବ୍ଲକ କାଦୋବାହାଲ ଗ୍ରାମରେ ରହିଛି। ଏହି ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଶାଖା ୨୦୧୪ ମସିହାରେ ମାତ୍ର ୫୦୦ ଜଣ ଗ୍ରାହକଙ୍କୁ ନେଇ ଖୋଲିଥିଲା। କିନ୍ତୁ ଆଜି ଏହାର ଗ୍ରାହକ ସଂଖ୍ୟା ୧୨ ହଜାରରୁ ଉର୍ଦ୍ଧ୍ବକୁ ବୃଦ୍ଧି ପାଇଛି ।
ହେଲେ ଏହି ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା ବୋଲି କିଛି ନାହିଁ। ଜଣେ ମ୍ୟାନେଜର ଓ ୨ ଜଣ କର୍ମଚାରୀ ମାତ୍ର ତିନି ଜଣ କର୍ମଚାରୀ ରେ ଚାଲିଛି ବ୍ୟାଙ୍କ୍। ଚାରିଆଡ଼େ ପାଚେରୀ ନାହିଁ କି ରାତ୍ରୀ ଜଗୁଆଳି ନାହିଁ । ବ୍ୟାଙ୍କ ପାଖରେ ଷ୍ଟ୍ରିଟ୍‌‌ ଲାଇଟ୍ ନାହିଁ। ଲୋକେ ବ୍ୟାଙ୍କକୁ ଆସିବାକୁ ଭୟ କରୁଛନ୍ତି କାରଣ ଏହା ନିଛାଟିଆ ସ୍ଥାନରେ ରହିଛି। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଆସିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି । ଭଲରେ ସକାଳ ପାହିଲେ ବ୍ୟାଙ୍କ ପାଇଁ ଯୁଗ ବିତିଲା ପରି ଲାଗୁଛି । କାରଣ ଆଜିକାଲି ଜନ ଗହଳି ସ୍ଥାନରେ ଥିବା ବ୍ୟାଙ୍କ ମାନଙ୍କରେ ଲୁଟ ,ଡକାୟତି ଚୋରି ଆଦି ଘଟଣା ସବୁ ଘଟୁଛି । ଏଠି ଚୋରି ଡକାୟତି ହେବା ଅତି ସହଜ। ଏହା ବ୍ୟତୀତ ଚାରିପାଖରେ ଜମି ଯାଏ ପାଣି ଅସରାଏ ବର୍ଷାରେ । ସନ୍ତସନ୍ତିଆ ପଲଟିଯାଏ ବ୍ୟାଙ୍କ୍ ପରିପାର୍ଶ୍ୱ । ସ୍ବାସ୍ଥ୍ୟ ସାଙ୍ଗକୁ ସମ୍ପତ୍ତିର ସୁରକ୍ଷା କିଛି ନାହିଁ ଏହି ବ୍ୟାଙ୍କରେ। ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ହେଉଛି ଲୋକମାନଙ୍କର ଏକ ବିଶ୍ଵସନୀୟ ବ୍ୟାଙ୍କ୍ ଯାହା ହେଉଛି ବିଶ୍ଵର ୪୩ ତମ ବୃହତ୍ତମ ବ୍ୟାଙ୍କ୍ ଓ ୨୦୨୦ ମସିହା ଅନୁଯାୟୀ ଫର୍ଚୁନ ଗ୍ଲୋବାଲ ତାଲିକାରେ ୫୦୦ ଭିତରେ ୨୨୧ ତମ ସ୍ଥାନରେ ଥିବା ଏକମାତ୍ର ଭାରତୀୟ ଷ୍ଟେଟବ୍ୟାଙ୍କ । କିନ୍ତୁ ପରିବେଶ ଆଉ ବ୍ୟବସ୍ଥା ଅନୁକୂଳ ନ ହେଲେ ତାହା ଯେ କୌଣସି କାର୍ୟ୍ୟପାଇଁ ଅନୁକୂଳ ହୋଇ ନପାରେ। ତେଣୁ ଏହି ଶାଖାର ସ୍ଥାନ ପରିବର୍ତ୍ତନ ସହ ଦୃଢ଼ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କ ଦାବି ରହୁଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories