www.samajalive.in
Friday, December 5, 2025
20.1 C
Bhubaneswar

ଅନେକ ରାତି ହେବ ଶୋଇନାହୁଁ; ଫସି ରହିଥିବା ଭାରତୀୟ ଛାତ୍ରଙ୍କ ସାହାଯ୍ୟ ପାଇଁ ନିବେଦନ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରାୟ ୩୬,୦୦୦ ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦୦ ଛାତ୍ର ଅଛନ୍ତି । ଇରାନରେ ଇସ୍ରାଏଲୀ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ଛାତ୍ର ବେସମେଣ୍ଟରେ ରହୁଛନ୍ତି । ଇରାନରେ ଏବେ ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ର ଅଛନ୍ତି, ଯେଉଁମାନେ ବହୁତ ବିଳମ୍ବ ହେବା ପୂର୍ବରୁ ସେମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ତେହେରାନର ସହିଦ ବେହେସ୍ତି ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ର ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ‘ଆମେ ଶୁକ୍ରବାର ରାତି ୨ଟା ୩୦ମିନିଟରେ ଜୋରରେ ବିସ୍ଫୋରଣର ଶଦ୍ଦ ଶୁଣି ଡରିଗଲୁ । ସେବେଠାରୁ ଆମେ ଏପର୍ଯ୍ୟନ୍ତ ଶୋଇନାହୁଁ ।

ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ସହିତ ଯୋଗାଯୋଗ କରାଯାଉଛି । ଏହି ସମୟରେ ତେହେରାନର ଜଣେ ଛାତ୍ର ତାଙ୍କ ସହିତ ଫସି ରହିଥିବା ଅନେକଙ୍କ ସମ୍ପର୍କରେ ଏଭଳି ସୂଚନା ଦେଇଛନ୍ତି । ଇରାନରେ ଇସ୍ରାଏଲ ଆକ୍ରମଣକୁ ତୀବ୍ର କରିବାରେ ଲାଗିଛି । ଛାତ୍ର ମାନେ ରହୁଥିବା ହଷ୍ଟେଲ ଓ ଆପାର୍ଟମେଣ୍ଟରୁ ମାତ୍ର କିଛି କିଲୋମିଟର ଦୂରରେ ବିସ୍ଫୋରଣ ହେବା ଫଳରେ ପ୍ରଚଣ୍ଡ ଶଦ୍ଦ ଯୋଗୁଁ ଭୟର ବାତାବରଣ ଲାଗି ରହିଛି ।
ଇିଶ୍ୱବିଦ୍ୟାଳୟର ଛାତ୍ର ଜଣଙ୍କ କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟରେ ୩୫୦ରୁ ଅଧିକ ଭାରତୀୟ ଛାତ୍ର ନାମ ଲେଖାଇଛନ୍ତି । ଆମେ ରହୁଥିବା ଆପର୍ଟମେଣ୍ଟର ବେସମେଣ୍ଟରେ ଫସି ରହିଛୁ । ପ୍ରତିଦିନ ରାତିରେ ଆମେ ବିସ୍ଫୋରଣର ଶଦ୍ଦ ଶୁଣୁଛୁ । ଆମେ ତିନି ଦିନ ଧରି ଶୋଇ ନାହୁଁ । ବୋମା ବିସ୍ଫୋରଣ ଯୋଗୁ କ୍ଲାସ ମଧ୍ୟ ବନ୍ଦ ରହିଛି । କିଛି ବଡ ଅଘଟଣା ଘଟିବା ପୂର୍ବରୁ ଆମକୁ ଏଠାରୁ ସ୍ଥାନାନ୍ତର କରିବାକୁ ଭାରତ ସରକାରଙ୍କୁ ନିବେଦନ କରୁଛୁ ।

- Advertisement -

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories