www.samajalive.in
Friday, December 5, 2025
20.1 C
Bhubaneswar

ଆଇଏଏସ୍ ଝିଅକୁ ସାଲ୍ୟୁଟ୍ ମାରିଲେ ଆଇପିଏସ୍ ବାପା

ହ୍ରାଇଦ୍ରାବାଦ: ସନ୍ତାନ ବାପାଙ୍କୁ ଅତିକ୍ରମ କରି ଉଚ୍ଚ ପଦରେ ଅଧିଷ୍ଠିତ ହେବା ଖୁସିର କଥା। କିନ୍ତୁ କାର୍ୟ୍ୟକ୍ଷେତ୍ରରେ ଏହାର ପ୍ରତିଫଳନ ଭାବାବେଗର ବିଷୟ। ରବିବାର ପିତୃ ଦିବସ ଅବସରରେ ଏଭଳି ଏକ ଫଟୋ ଆଧାରିତ ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଯାହା ଯେ କୌଣସି ପାଠକଙ୍କୁ ରୋମାଞ୍ଚିତ କରିବ। ପୂର୍ବରୁ ଜଣେ କନଷ୍ଟେବଳ ବାପାଙ୍କ ଝିଅ ଆଇପିଏସ୍ ପାଇବା ପରେ କାର୍ୟ୍ୟକ୍ଷେତ୍ରରେ ଝିଅକୁ ବାପା ସାଲ୍ୟୁଟ୍ ମାରୁଥିବାରୁ ଫଟୋ ପ୍ରସାରିତ ହୋଇଥିଲା। କିନ୍ତୁ ସାମ୍ପ୍ରତିକ ଘଟଣାରେ ଜଣେ ଆଇପିଏସ୍ ଅଧିକାରୀ ନିଜର ଆଇଏଏସ୍ ଅଧିକାରୀ ଝିଅକୁ ସାଲ୍ୟୁଟ୍ ମାରୁଥିବାର ଫଟୋ ପ୍ରସାରିତ ହୋଇଛି। ତେଲଙ୍ଗାନା ରାଜ୍ୟ ପବ୍ଲିକ ସର୍ଭିସ ଏକାଡେମି ପରିଦର୍ଶନରେ ଆସିଥିବା ୨୦୨୨ ବ୍ୟାଚ୍ ଶିକ୍ଷାନବିସ ଆଇଏଏସ୍ ଅଧିକାରୀ ଏନ୍ ଉମା ହରତୀଙ୍କୁ ସେଠାକାର ଉପନିର୍ଦେଶକ ଥିବା ଆଇପିଏସ୍ ଅଧିକାରୀ ଏନ୍. ଭେଙ୍କଟେଶ୍ବରୁଲୁ ହସି ହସି ସାଲ୍ୟୁଟ୍ ମାରିବା ସହ ଫୁଲ ତୋଡ଼ା ଦେଇ ସ୍ବାଗତ କରିଥିଲେ। ସେତେବେଳେ ସମସ୍ତେ ବିସ୍ମିତ ହୋଇଯାଇଥିଲେ। କାରଣ ଭେଙ୍କଟେଶ୍ବରୁଲୁଙ୍କ ଝିଅ ହେଉଛନ୍ତି ଉମା। ବାପା-ଝିଅଙ୍କର ଏହି ଆବେଗିକ ମୁହୂର୍ତ୍ତ କେବଳ କ୍ୟାମେରାରେ ନୁହେଁ, ଉପସ୍ଥିତ ସମସ୍ତଙ୍କ ହୃଦୟରେ ଆଙ୍କି ହୋଇଯାଇଥିଲା। ଗତ ସପ୍ତାହର ଏହି ଫଟୋ ପିତୃ ଦିବସ ଅବସରରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବହୁ ପ୍ରଶଂସିତ ହୋଇଛି। ସୂଚନାଯୋଗ୍ୟ ଯେ ଭେଙ୍କଟେଶ୍ବରୁଲୁ ପଦୋନ୍ନତି ପାଇ ଆଇପିଏସ୍ ପାହ୍ୟାକୁ ଉନ୍ନୀତ ହୋଇଥିଲାବେଳେ ଝିଅ ଉମା ଆଇଆଇଟି ମାଡ୍ରାସରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି। ପଞ୍ଚମ ପ୍ରୟାସରେ ସେ ତୃତୀୟ ସ୍ଥାନରେ ରହି ଆଇଏଏସ୍ ପାଇଛନ୍ତି। ବାପାଙ୍କ ଦ୍ବାରା ସେ ପ୍ରୋତ୍ସାହିତ ବୋଲି କହନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories