www.samajalive.in
Sunday, December 14, 2025
26.1 C
Bhubaneswar

ଆଇପିଏଲ: ଆଜି ରାଜସ୍ଥାନ-ଲକ୍ଷ୍ନୌ ଓ ଗୁଜରାଟ-ମୁମ୍ବଇ ମୁକାବିଲା

ସମାଜ: ଆଇପିଏଲର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍‌ସ -ଲକ୍ଷ୍ନୌ ସୁପରଜ୍ୟାଏଣ୍ଟସକୁ ଓ ଅହମ୍ମଦାବାଦରେ ଗୁଜରାଟ ଟାଇଟାନ୍‌ସ-ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ଖେଳିବ।

ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ରାଜସ୍ଥାନ ବ୍ୟାଟିଂ ବିଭାଗ ଜୋଶ ବଟ୍‌ଲର ,ସଞ୍ଜୁ ସାମସନଙ୍କ ସମେତ ସିମରନ ହେତମେୟାର, ଶିଭମ ଦୁବେ,ଯଶସ୍ବୀ ଜୟସୱାଲ,ଧ୍ରୁବ ଜୁରେଲଙ୍କ ଉପରେ ନିର୍ଭରଶୀଳ ରହିଛି। ବୋଲିଂରେ ରବିଚନ୍ଦ୍ରନ ଅଶ୍ବିନ,ଟ୍ରେଣ୍ଟ ବୋଲ୍ଟ, ନା​‌େ ନ୍ଦ୍ର ବର୍ଗର, କୁଳଦୀପ୍‌ ସେନ, ସନ୍ଦୀପ ଶର୍ମା,ଯୁଜୁବେନ୍ଦ୍ର ଚହଲ ପ୍ରମୁଖ ରହିଛନ୍ତି। ଦେଖିବାକୁ ଗଲେ ବ୍ୟାଟିଂ ଓ ବୋଲିଂ ବିଭାଗରେ ଦଳ ସନ୍ତୁଳିତ ରହିଛି। ଅନ୍ୟପକ୍ଷରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଲୋକେଶ ରାହୁଲଙ୍କ ନେତୃତ୍ବରେ ଖେଳିବ। ଦଳ ନିକଟରେ କ୍ବିଣ୍ଟନ ଡିକକ, କାଏଲ ମେୟର୍ସ, ଦେବଦତ୍ତ ପାଡ଼ିକଲ,ନିକୋଲାସ ପୁରନ ଓ ଲୋକେଶ ରାହୁଲଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଥିବାବେଳେ ୟଶ ଠାକୁର, ଡେଭିଡ୍‌ ୱିଲି,ମାର୍କୋସ ଷ୍ଟୋଇନିସ , ନବୀନ ଉଲ୍‌ ହକ୍‌, ଅର୍ଶଦ ଖାନଙ୍କ ଭଳି ବୋଲର ରହିଛନ୍ତି। ରାଜସ୍ଥାନ ରୟାଲ୍‌ସ ଆଇପିଏଲ ପ୍ରଥମ ସଂସ୍କରଣ-୨୦୦୮ରେ ଚମ୍ପିଆନ ହୋଇଥିଲା। ୧୬ ବର୍ଷ ପରେ ପୁଣିଥରେ ଟ୍ରଫି ଜିତିବାର ଲକ୍ଷ୍ୟ ରଖିଛି।

- Advertisement -

୨ୟ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ-ମୁମ୍ବଇ ଇଣ୍ଡିଆନ୍‌ସକୁ ଭେଟିବ। ମୁମ୍ବଇ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବ​‌େ​‌ର ଖେଳିବାକୁ ଯାଉଛି। ରୋହିତ ଶର୍ମା ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନରେ ଖେଳିବାକୁ ଯାଉଛନ୍ତି। ୫ଥର ବିଜେତ​‌ା ମୁମ୍ବଇ ଇଣ୍ଡିଆନ୍‌ସ ୨୦୨୦ରେ ଶେଷ ଥର ପାଇଁ ଟ୍ରଫି ଜିତିଥିଲା। ​‌େ​‌ଶଷ ୩ଟି ସଂସ୍କରଣରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଚଳିତ ଥର ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଷଷ୍ଠ ଥର ଟ୍ରଫି ଜିତିବାକୁ ଉଦ୍ୟମ କରିବ। ମୁମ୍ବଇ ଇଣ୍ଡିଆନ୍‌ସ ବ୍ୟାଟିଂ ବିଭାଗରେ ବେଶ ଶକ୍ତିଶାଳୀ ରହିଛି। ରୋହିତ ଶର୍ମାଙ୍କ ସହ ଈଷାନ କିଷନ,ତିଲକ ବର୍ମା, ଟିମ୍‌ ଡେଭିଡ୍‌ ପ୍ରମୁଖ ରହିଛନ୍ତି। ଅଲରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଓ ମହମ୍ମଦ ନବି ରହିଛନ୍ତି। ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍‌ରା,ଗାଲାର୍ଡ କୋଏଟ୍‌ଜୀ ମୁଖ୍ୟ ଅସ୍ତ୍ର। ସେହିପରି ଗୁଜରାଟ ଟାଇଟାନ୍‌ସ ଶୁବମାନ ଗିଲ୍‌ଙ୍କ ନେତୃତ୍ବରେ ଖେଳିବାକୁ ଯାଉଛି। କେନ୍‌ ୱିଲିୟମସନ, ଡେଭିଡ୍‌ ମିଲର, ରିଦ୍ଧିମାନ ସାହ,ସାଇ ସୁଦର୍ଶନ, ଏମ୍‌ ସାହାରୁଖ ଖାନ, ମାଥ୍ୟୁ ୱେଡ୍‌ ଓ ଶୁବମାନ ଗିଲ୍‌ ବ୍ୟାଟିଂ ଭାର ତୁଲାଇବେ। ବିଜୟ ଶଙ୍କର, ଆଜମାତିଲ୍ଲା ଓମାରଜାଇ ଓ ରାହୁଲ ତିୱାତିଆ ଅଲରାଉଣ୍ଡର ଭାବେ ଦଳରେ ମହଜୁଦ ରହିଛନ୍ତି। ୨୦୨୨ରେ ଗୁଜରାଟ ଚମ୍ପିଆନ ହୋଇଥିବାବେଳେ ୨୦୨୩ରେ ରନର୍ସଅପ ହୋଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories