www.samajalive.in
Tuesday, November 18, 2025
21.1 C
Bhubaneswar

କଡ଼ା ମୁକାବିଲାରେ ପଞ୍ଜାବ – ରାଜସ୍ଥାନ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୦ତମ ମ୍ୟାଚ ଶୁକ୍ରବାର ଆବୁଧାବିରେ ରାଜସ୍ଥାନ ରୟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମୁହଁାମୁହିଁ ହେବେ। ପ୍ଲେ ଅଫ ଆଶା ବଜାୟ ରଖିବା ନେଇ ଦୁଇ ଦଳ ପାଇଁ ମ୍ୟାଚ ବହୁତ ଗୁରୁତ୍ବପୂର୍ଣ୍ଣ।

ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୧୨ଟି ମ୍ୟାଚରୁ ୫ଟି ବିଜୟ, ୭ଟି ପରାଜୟ ସହ ୧୦ ପଏଣ୍ଟ ହାସଲ କରିଛି। ପ୍ଳେ ଅଫ ଆଶା ବଜାୟ ରଖିବା​‌ ନେଇ ଦଳକୁ ଉକ୍ତ ଦୁଇ ମ୍ୟାଚ ନିଶ୍ଚିତ ବିଜୟ ଆବଶ୍ୟକତା ରହିଛି। ଶେଷ ମ୍ୟାଚରେ ରାଜସ୍ଥାନ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରିବା ପରେ ପ୍ଳେ ଅଫ ଆଶାକୁ ବଜାୟ ରଖିପାରିଛି। ବେନ୍ ଷ୍ଟୋକ୍‌ସ ଶେଷ ମ୍ୟାଚରେ ଶତକ ଓ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କୁ ଆଶ୍ବସ୍ତି କରିଛି। ବୋଲିଂରେ ଜେଫ୍ରା ଆର୍ଚର, ଅଙ୍କିତ ରାଜପୁତ୍‌, ଶ୍ରେୟସ ଗୋପାଳ ପ୍ରମୁଖ ପ୍ରଦର୍ଶନ ଉପରେ ଦଳ ନିର୍ଭର କରୁଛି। ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଥିବାରୁ ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପରାସ୍ତ କରିବା ଲକ୍ଷ୍ୟ ରଖିଛି।ସେହିପରି ଲୋକେଶ ରାହୁଲଙ୍କ ନେତୃତ୍ବାଧିନ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୧୨ଟି ମ୍ୟାଚରୁ ୬ଟି ବିଜୟ ଓ ୬ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି।

- Advertisement -

ପ୍ରଥମ ରାଉଣ୍ଡ ମ୍ୟାଚ ଶେଷ ସୁଦ୍ଧା ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ଥିବା ପଞ୍ଜାବ ଦ୍ବିତୀୟ ରାଉଣ୍ଡରେ ଜବରଦସ୍ତ ରିଟର୍ଣ୍ଣ କରିଛି। ଦଳ ଲଗାତାର ୫ଟି ମ୍ୟାଚ ବିଜୟ ସହ ପ୍ଳେ ଅଫ ଦୌଡ଼ରେ ନିଜକୁ ସାମିଲ କରିପାରିଛି। ରାହୁଲ ୫୯୫ରନ କରିଥିବାବେଳେ ମୟଙ୍କ ଅଗ୍ରୱାଲ ୩୯୮ରନ କରିଛନ୍ତି। ଶେଷ ମ୍ୟାଚରେ କଲକାତା ବିପକ୍ଷରେ ମନଦୀପ୍‌ ସିଂହ ଅର୍ଦ୍ଧଶତକ ହାସଲ କରିଥିବାବେଳେ କ୍ରିସ ଗେଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ବୋଲିଂରେ ମହମ୍ମଦ ସାମି, ଏମ୍‌ ଅଶ୍ବିନ ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ବିଜୟ ଧାରାକୁ ବଜାୟ ରଖିବା ସହ ରାଜସ୍ଥାନକୁ ପରାସ୍ତ କରିବା ନେଇ ଦୃଢ ଆଶାବାଦୀ ରହିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ୨୨୪ରନକୁ ଚେଜ୍‌ କରି ବିଜୟୀ ହୋଇଥିଲା। ଦଳ ଉକ୍ତ ବିଜୟକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବାବେଳେ ପଞ୍ଜାବ ପ୍ରତିଶୋଧ ଲକ୍ଷ୍ୟରେ ରହିଛି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories