www.samajalive.in
Sunday, December 14, 2025
23.1 C
Bhubaneswar

ଆଇପିଏଲ୍‌ ଉଦ୍‌ଘାଟନ ଉତ୍ସବ ନାହିଁ ; ପୁଲୱାମା ସହିଦ୍‌ଙ୍କ ପରିବାରକୁ ଦିଆଯିବ ଅର୍ଥ

ନୂଆଦିଲ୍ଲୀ : ବିସିସିଆଇ ଦ୍ବାରା ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୨ତମ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଆଇପିଏଲ୍‌ ଆରମ୍ଭରୁ ପ୍ରତିବର୍ଷ ଉଦ୍‌ଘାଟନ ଉତ୍ସବ ଆୟୋଜିତ ହେଉଥିବା ବେଳେ ଚଳିତଥର ଉଦ୍‌ଘାଟନ ଉତ୍ସବ ବାତିଲ କରିବାକୁ ବିସିସିଆଇ ଯୋଜନା କରିଛି।
ଉଦ୍‌ଘାଟନ ଉତ୍ସବରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ପ୍ରଦାନ କରିବାକୁ ବିସିସିଆଇ ଯୋଜନା କରିଛି। ଶୁକ୍ରବାର ବିସିସିଆଇର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଶାସକ କମିଟି (ସିଓଏ) ସମସ୍ତ ସଦସ୍ୟ ଆଇପିଏଲ୍‌ ପଦାଧିକାରୀଙ୍କୁ ଉଦ୍‌ଘାଟନ ମ୍ୟାଚ୍‌ ବାତିଲ କରି ସେହି ଅର୍ଥ ସହିଦ ଯବାନଙ୍କ ପରିବାରକୁ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ।
ସିଓଏ ତରଫରୁ ଦିଆ ଯାଇଥିବା ଏହି ପ୍ରସ୍ତାବକୁ ସମସ୍ତେ ସ୍ବାଗତ କରିଛନ୍ତି। ଆଇପିଏଲ୍‌ ଉଦ୍‌ଘାଟନ ଉତ୍ସବ ବାତିଲକରି ସହିଦ ଯବାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ଯୁକ୍ତିଯୁକ୍ତ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ପ୍ରତିବର୍ଷ ଆଇପିଏଲ୍‌ ଉଦ୍‌ଘାଟନ ଉତ୍ସବ​‌େ​‌ର ବଲିଉଡ୍‌ ତାରକାଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories