www.samajalive.in
Monday, December 8, 2025
14.1 C
Bhubaneswar

ଆଇପିଏଲ୍ ବାଟ ଖୋଲିଲା: ୟୁଏଇରେ ସେପ୍ଟେମ୍ବର ୨୬ରୁ ୯ ନଭେମ୍ବର ମଧ୍ୟରେ ହୋଇପାରେ ଖେଳ

ଆନ୍ତର୍ଜାତିକ କ୍ରିକେଟ ପରିଷଦ ଟି-୨୦ ବିଶ୍ବକପ୍ ଏକ ବର୍ଷ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଲାଗି ରାସ୍ତା ଖୋଲିଛି । ବିସିସିଆଇ ନଭେମ୍ବର-ଡ଼ିସେମ୍ବରରେ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ଲକ୍ଷ୍ୟ ରଖି ଆଇପିଏଲର ସମ୍ଭାବ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୨୬ରୁ ନଭେମ୍ବର ୯ ତାରିଖ ମଧ୍ୟରେ ୟୁଏଇରେ ଆଇପିଏଲ୍ ହୋଇପାରେ । ବିଦେଶୀ ଖେଳାଳିମାନଙ୍କୁ ଦୁଇଥର କ୍ବାରେଣ୍ଟାଇନରୁ ରକ୍ଷା କରିବା ନିମନ୍ତେ ସେମାନଙ୍କୁ ସିଧା ଦୁବାଇ ନିଆଯାଇପାରେ । ଏହି ପ୍ରସଙ୍ଗରେ ଅଧିକାଂଶ ଫ୍ରାଞ୍ଚାଇଜି ଏକମତ ହୋଇଛନ୍ତି । ସବୁ ଦଳ ଚାହୁଁଛନ୍ତି ଯେ ବିଦେଶୀ ଖେଳାଳି ଭାରତ ଆସିବା ପରିବର୍ତ୍ତେ ସିଧା ୟୁଏଇରେ ପହଞ୍ଚନ୍ତୁ । ଏଥିପାଇଁ କେବଳ ସେମାନଙ୍କୁ ୟୁଏଇର କରୋନା ମାର୍ଗଦର୍ଶିକା ମାନିବାକୁ ପଡ଼ିବ ।

- Advertisement -

ଖୋଜା ହେଲାଣି ହୋଟେଲ

ଆଇପିଏଲ୍ ଫ୍ରାଞ୍ଚାଇଜିମାନେ ଏବେ ୟୁଏଇ ଯିବା ନିମନ୍ତେ ଚାଟାର୍ଡ଼ ବିମାନ ବ୍ୟତୀତ ସେଠାରେ ରହିବା ନିମନ୍ତେ ହୋଟେଲ ଖୋଜିବା ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଗୋଟିଏ ଫ୍ରାଞ୍ଜାଇଜି ପକ୍ଷରୁ ସୂଚନା ଦିଆଯାଇଛି । ଯାତାୟତ ସହ ହୋଟେଲ ଓ ଲଜିଷ୍ଟିକ ସହ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆବୁଧାବୀରେ ଏକ ହୋଟେଲ ମଧ୍ୟ ଦେଖା ସରିଛି ଏବଂ ଏହା ସହିତ ଦଳର ତାଲିମର ଯୋଜନା ମଧ୍ୟ ଆରମ୍ଭ ହୋଇଛି ।

ତେବେ ୟୁଏଇରେ କାହିଁକି ?

ତେବେ ପ୍ରଶ୍ନ ଉଠୁଛି ଆଇପିଏଲ୍ ୟୁଏଇରେ କାହିଁକି ହେବ ? କୁହାଯାଉଛି ଯେ ୟୁଏଇରେ ପୂର୍ବରୁ ଆଇପିଏଲ୍ ୨୦୧୪ରେ ଅନୁଷ୍ଠିତ ହୋଇଛି । ଏହାବ୍ୟତୀତ ଏହି ଦେଶକୁ ଟ୍ରାଭେଲ ହବ୍ ମଧ୍ୟ କୁହାଯାଇଛି । ସାରା ବିଶ୍ବର ବିଭିନ୍ନ ପ୍ରାନ୍ତକୁ ଏଠାରୁ ବିମାନ ସୁବିଧା ରହିଛି, ଡ଼ାକ୍ତରୀ ଚିକିତ୍ସା ସହ ଏଠାରେ ପୂର୍ବରୁ ହୋଇଥିବା ଆଇପିଏଲ୍ ଆୟୋଜନର ଅନୁଭବ ଯୋଗୁଁ ୟୁଏଇକୁ ପ୍ରାଥମିକତା ଦିଆଯାଉଛି ।

ଆଇପିଏଲ୍ ଅବଧି ହ୍ରାସ ପାଇବ

ଚଳିତବର୍ଷ ଆଇପିଏଲକୁ ୫୦ ଦିନ ପରିବର୍ତ୍ତେ ୪୪ ଦିନ କରାଯିବାକୁ ସ୍ଥିର ହୋଇଥିଲା । ସବୁ ୮ଟି ଦଳ ୯ ସହରରେ ୧୪ଟି ଲେଖାଏଁ ମ୍ୟାଚ ସହ ୨ ସେମିଫାଇନାଲ, ଗୋଟିଏ ନକଆଉଟ ଓ ମେ ୨୪ ତାରିଖରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିଅମରେ ଫାଇନାଲ ହେବାକୁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । ମାତ୍ର ଏବେ ତାହାକୁ ୪୪ ଦିନ ପରିବର୍ତ୍ତେ ୩୭ ଦିନ କରାଯାଇପାରେ ବୋଲି ବୋର୍ଡ଼ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories