www.samajalive.in
Sunday, December 7, 2025
18.1 C
Bhubaneswar

ଚେନ୍ନଇ ସୁପର କିଙ୍ଗ୍‌ସ ପ୍ରଶଂସକଙ୍କ ପାଇଁ ଖୁସି ଖବର : ୨୦୨୧ ଆଇପିଏଲ୍‌ରେ‌ ସିଏସ୍‌କେ ପାଇଁ ଖେଳିବେ ଧୋନି

ଆବୁଧାବି : ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପ୍ରଶଂସକଙ୍କ ପାଇଁ ଏହା ବହୁତ ବଡ଼ ଖୁସିର ଖବର। ୨୦୨୧ ଆଇପିଏଲ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସିଏସ୍‌କେ ପାଇଁ ହିଁ ଖେଳିବେ। ରବିବାର ଆଇପିଏଲ୍‌-୧୩ରେ ସିଏସ୍‌କେର ବିଦାୟୀ ମ୍ୟାଚ୍ ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ଧୋନି। ଚଳିତ ଆଇପିଏଲ୍‌ରେ ସିଏସ୍‌କେର ଖରାପ ପ୍ରଦର୍ଶନ ପରେ ଆନ୍ତର୍ଜାତିକ କ୍ରିକେଟ୍‌ ପରି ଆଇପିଏଲ୍‌ରୁ ମଧ୍ୟ ଅଧିନାୟକ ଧୋନି ଅବସର ନେଇପାରନ୍ତି। ହେଲେ ଧୋନିଙ୍କ ମନରେ କ’ଣ ଚାଲିଥାଏ; ତାହା କେବଳ ସେ ହିଁ ଜାଣନ୍ତି। ଆସନ୍ତାବର୍ଷର ଆଇପିଏଲ୍‌ରେ ହିଁ ଧୋନିଙ୍କ ପ୍ରଶଂସକ ତାଙ୍କୁ ସିଏସ୍‌କେର ହଳଦିଆ ପୋଷାକରେ ଦେଖିବେ।


ଚଳିତ ଆଇପିଏଲ୍‌ରେ ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରି ସିଏସ୍‌କେ ପ୍ରଥମଥର ପ୍ଳେଅଫ୍‌ରୁ ବାଦ୍‌ ପଡ଼ିଛି। ସିଏସ୍‌କେର ବିଫଳତା ପରେ ଅଧିନାୟକ ଧୋନିଙ୍କ ଏହା ଶେଷ ଆଇପିଏଲ ହୋଇପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ସେ ଖଣ୍ଡନ କରିଛନ୍ତି। ରବିବାର କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ ପୂର୍ବରୁ ଧୋନିଙ୍କୁ ଭାଷ୍ୟକାର ଡ୍ୟାନି ମରିସନ୍ ପଚାରିଥିଲେ- ହଳଦିଆ ଜର୍ସିରେ ତୁମର ଏହା ଶେଷ ଆଇପିଏଲ ମ୍ୟାଚ ହେବ କି? ମରିସନ୍‌ଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ଧୋନି କହିଥିଲେ- ଡେଫିନାଇଟ୍‌ଲି ନଟ୍‌ (ଆଦୌ ନୁହେଁ)। ଏଥିରୁ ସ୍ପଷ୍ଟ ଯେ ଧୋନି ହଳଦିଆ ଜର୍ସିରେ ୨୦୨୧ ଆଇପିଏଲ ଖେଳିବେ।

- Advertisement -

କିଛିଦିନ ପୂର୍ବରୁ ଚେନ୍ନଇ ସୁପର କିଙ୍ଗ୍‌ସର ସିଇଓ କାଶୀ ବିଶ୍ବନାଥନ ୨୦୨୧ରେ ଧୋନି ସିଏସ୍‌କେର ନେତୃତ୍ବ ନେବେ ବୋଲି ଦୃଢତାର ସହିତ କହିଥିଲେ। ବିଶ୍ବନାଥନ କହିଥିଲେ, ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ୩ଥର ଆଇପିଏଲ ଚମ୍ପିଆନ ହୋଇଛି। ଗୋଟିଏ ବର୍ଷର ବିଫଳତାକୁ ନେଇ ଆମେ ଏତେ ବ୍ୟସ୍ତ ଓ ବିବ୍ରତ ନୁହେଁ। ମୋର ଦୃଢ ବିଶ୍ବାସ ଧୋନି ୨୦୨୧ ଆଇପିଏଲରେ ସିଏସ୍‌କେ ପକ୍ଷରୁ ଖେଳିବେ ବୋଲି ବିଶ୍ବନାଥନ କହିଥିଲେ। ସୂଚନାଯୋଗ୍ୟ, ୨୦୧୯ ଆଇସିସି ଦିନିକିଆ ବିଶ୍ବକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଧୋନି ଆଉ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିନଥିଲେ। ଧୋନି ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଚଳିତ ଆଇପିଏଲରେ ଧୋନି ବିନା ଅର୍ଦ୍ଧଶତକରେ ୧୩ଟି ମ୍ୟାଚରୁ ୨୦୦ରନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories