www.samajalive.in
Saturday, December 6, 2025
23.1 C
Bhubaneswar

ସିଗାରେଟ୍ ବଳକାରୁ ପ୍ରସ୍ତୁତ କଣ୍ଢେଇ, ତକିଆ

ଧୂମପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଜାଣିବା ସତ୍ତ୍ବେ ଲୋକେ ସିଗାରେଟ୍ ପିଇବାର ଇଚ୍ଛାକୁ ତ୍ୟାଗ କରିପାରୁନାହାନ୍ତି। ସିଗାରେଟ୍ ପିଉଥିବା ଲୋକ ଏହାର ଶେଷଭାଗକୁ ରାସ୍ତାରେ, ଆସ୍‌ଟ୍ରେରେ ନଚେତ୍ ଘର ବାହାରେ ଫିଙ୍ଗୁଥିବାର ଦେଖାଯାଏ। ଏହି ବଳକା ସିଗାରେଟ୍ ମଧ୍ୟ ପରିବେଶ ପାଇଁ କିଛି କମ୍ କ୍ଷତିକାରକ ନୁହେଁ। ଏ ବାବଦରେ ଅନେକ ଜାଣି ସୁଦ୍ଧା ଉପାୟଶୂନ୍ୟ, କରିବେ ବା କ’ଣ? ହେଲେ ଦିଲ୍ଲୀର ନୋଏଡାନିବାସୀ ଜଣେ ଯୁବକ ନମନ୍ ଗୁପ୍ତା ଏଇ ବଳକା ସିଗାରେଟ୍‌କୁ ସଂଗ୍ରହ କରିବା ପରେ ପୁନଃଚକ୍ରଣ କରି ଅନ୍ୟାନ୍ୟ ଜିନିଷ ତିଆରି କରିପାରିଛନ୍ତି। ଆମମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଆମ ଆଙ୍ଗୁଠିଠାରୁ ଛୋଟ ସିଗାରେଟ୍‌ର ଏଇ ବଳକା ଭାଗ ଡି-କମ୍ପୋଜ୍ ହେବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗେ।

ଏଣୁ ରାସ୍ତାଘାଟରେ ସେସବୁ ଫିଙ୍ଗି ନିଜେ ହିଁ ସେସବୁ ବିଷାକ୍ତ ଗ୍ୟାସ୍‌କୁ ନିଶ୍ବାସରେ ନେଉଛେ। ନମନ୍ ଓ ତାଙ୍କ ସାଥୀ ବିଶାଲ କାନେତ୍ ଯୋଜନା କଲେ ଯେପରି ହେଉ ଫିଙ୍ଗା ହେଉଥିବା ଏଇ ସିଗାରେଟ୍‌କୁ ପୁନଃଚକ୍ରଣ କରିବେ। ଦୁଇ ବନ୍ଧୁଙ୍କ ମିଳିତ ଯୋଜନାରେ ଆରମ୍ଭ ହେଲା କମ୍ପାନୀ ‘କୋଡ୍ ଇଫେକ୍ଟ’। ନମନ୍‌‌ ପ୍ରଥମରୁ ଅବଗତ ଥିଲେ ରାସ୍ତାଘାଟରୁ ଦୈନିକ ଫିଙ୍ଗା ସିଗାରେଟ୍ ସଂଗ୍ରହ କରିବା ଏତେ ସହଜ ନୁହେଁ। ଏହାର ବିକଳ୍ପ ଭାବେ ସେମାନେ ପାନ,ସିଗାରେଟ୍ ବିକ୍ରି ଦୋକାନରେ ଛୋଟଛୋଟ ‘ଭ୍ୟାଲୁ ବିନ୍’(ଏକ ପ୍ରକାରର ଡଷ୍ଟବିନ୍) ରଖିଲେ, ଦୋକାନୀ ହିଁ ସିଗାରେଟ୍ ପିଉଥିବା ଲୋକଙ୍କୁ ଏଥିରେ ବଳକା ସିଗାରେଟ୍ ରଖିବାକୁ ପରାମର୍ଶ ଦେଲେ। ଏଇ ଉପାୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ ବଳକା ସିଗାରେଟ୍ ସଂଗ୍ରହ କଲେ। ପୁନଃଚକ୍ରଣ କରାଯାଇ ଏଇ ସିଗାରେଟ୍‌ରୁ ପ୍ରଥମେ ମଶାଧୂପ ତିଆରି କରାଯାଇଛି। ଗୋଟିଏ ଛୋଟ ଖଣ୍ଡେ ଧୂପ ଲଗାଇଲେ ପୂରା କକ୍ଷର ମଶା କିଛି ସମୟରେ ମରିଯାଇଥାନ୍ତି। ଅନ୍ୟପାଖେ ଏଇ ସିଗାରେଟ୍ ବଳକାରେ ଏକପ୍ରକାର ରାସାୟନିକ ଦ୍ରବ୍ୟ ମିଶାଯାଇ ଏଥିରୁ ତୁଳା କଣ୍ଢେଇ, ତକିଆ ଆଦି ଘର ସାଜସଜ୍ଜା ଉପକରଣମାନ ତିଆରି କରାଯାଇ ବିକ୍ରି ଚାଲିଛି। ନମନ୍ ଓ ତାଙ୍କ ବନ୍ଧୁଙ୍କ ମତରେ ଆମେ ସମସ୍ତେ ସଚେତନ ହେବା ଦରକାର। ସିଗାରେଟ୍୍ର ଖରାପ ଅଭ୍ୟାସ କେବଳ ପ୍ରାଣ ନେଇଥାଏ, ଏହି କଥାକୁ ସମସ୍ତେ ବୁଝିବା ଆବଶ୍ୟକ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories