ଆଇପିଏଲ୍ କ୍ରିକେଟ : ହାଇଦରାବାଦ-ଚେନ୍ନଇ ଏବଂ ମୁମ୍ବଇ-ରାଜସ୍ଥାନ ମଧ୍ୟରେ ମୁକାବିଲା
ଜୟପୁର : ଆଇପିଏଲ୍ କ୍ରିକେଟର ୧୧ତମ ସଂସ୍କରଣରେ ରବିବାର ୨ଟି ମ୍ୟାଚ ଅନୁଷ୍ଠିତ ହେବ । ପୁଣେରେ ଅପରାହ୍ନ ୪ଟାରେ ସନରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାକୁଥିବା ବେଳେ ମୁମ୍ବଇରେ ମୁମ୍ବଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ରାତି ୮ଟାରେ ୨ୟ ମ୍ୟାଚ ଖେଳାଯିବ ।
ରବିବାର ସୁଦ୍ଧା ସନରାଇଜର୍ସ ହାଇଦରାବାଦ ମୋଟ୍ ୧୧ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୨ଟି ପରାଜୟ ସହିତ ୧୮ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି । ସେହିପରି ଚେନ୍ନଇ ସୁପର କିଙ୍ଗସ୍ ୧୧ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୪ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୧ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୫ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ଥିବାବେଳେ ମୁମ୍ବଇ ଇଣ୍ଡିଆନ୍ସ ୧୧ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୬ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି ।
ତେବେ କଲକାତା ନାଇଟ ରାଇଡର୍ସ ୧୨ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୬ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲସ୍ ୧୧ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୬ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ଥିବାବେଳେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୧ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୭ଟି ପରାଜୟ ସହିତ ୮ ପଏଣ୍ଟ ପାଇ ୭ମ ସ୍ଥାନରେ ଓ ଦିଲ୍ଲୀ ଡେୟାର ଡେଭିଲସ୍ ୧୨ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୯ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।