www.samajalive.in
Monday, December 15, 2025
16.1 C
Bhubaneswar

ଆଇପିଏଲ -୧୬: ବିଜେତା ଦଳକୁ ୨୦, ରନର୍ସଅପ୍‌କୁ ୧୩ କୋଟି ଟଙ୍କା

ଅହମ୍ମଦାବାଦ୍‌: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୬ର ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଗୁଜରାଟ ଟାଇଟାନ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏଥି ସହିତ ଏହି ଫଟାଫଟ କ୍ରିକେଟର ଯବନିକା ପଡିବ। ଚଳିତ ଆଇପିଏଲରେ ମୋଟ ୪୬.୫ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ବିଜେତା ଦଳକୁ ୨୦ କୋଟି ଓ ରନର୍ସଅପ ଦଳକୁ ୧୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଶନିବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି।

ସେହିପରି ୩ୟ ସ୍ଥାନ ଦଳକୁ ୭ କୋଟି ଓ ୪ର୍ଥ ସ୍ଥାନ ଦଳକୁ ୬.୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହାଛଡ଼ା ସର୍ବାଧିକ ରନ କରିଥିବା ବ୍ୟାଟ୍‌ସମ୍ୟାନ କମଳା ଟୋପି ବିଜେତା ଓ ସର୍ବାଧିକ ୱିକେଟ ହାସଲକାରୀ ବାଇଗିଣୀ ଟୋପି ବିଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କାଏ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଟୁର୍ଣ୍ଣାମେଣ୍ଟର ଇମର୍ଜିଂ ଖେଳାଳିଙ୍କୁ ୨୦ ଲକ୍ଷ,ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିଜେତାଙ୍କୁ ୧୨ ଲକ୍ଷ, ପାୱାର ପ୍ଳେ ଅଫ ସିଜିନ, ସୁପର ଷ୍ଟ୍ରାଇକର ଅଫ ଦି ସିଜିନ, ଗେମ୍‌ ଚେଞ୍ଜର ଅଫ ଦି ସିଜିନ ଖେଳାଳିଙ୍କୁ ୧୫ ଲକ୍ଷ ଓ ୧୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହାଛଡ଼ା ପ୍ରତି ମ୍ୟାଚର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ୨୦୦୮ ଆଇପିଏଲ ପ୍ରଥମ ସଂସ୍କରଣ ବିଜେତା ଦଳକୁ ୪.୮ କୋଟି ଓ ରନର୍ସଅପ ଦଳକୁ ୨.୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୯ରେ ମଧ୍ୟ ସମାନ ସଂଖ୍ୟକ ଅର୍ଥରାଶି ପ୍ରଦାନ କରାଯାଇଥିଲା। ୨୦୧୦ରେ ଡିଏଲ୍‌ଏଫ ଟାଇଟଲ ପ୍ରାୟୋଜକ ହେବା ପରେ ପୁରସ୍କାର ରାଶି ବଢି ଯାଇଥିଲା। ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ବିଜେତା ଦଳକୁ ୧୦ କୋଟି ଓ ରନର୍ସଅପ ଦଳକୁ ୫ କୋଟି ଟଙ୍କା ପୁରସ୍କାର ମିଳିଥିଲା। ୨୦୧୪ ଓ ୨୦୧୫ରେ ବିଜେତା ଦଳକୁ ୧୫ କୋଟି ଓ ରନର୍ସଅପ ଦଳକୁ ୧୦ କୋଟି ଟଙ୍କା ମିଳିଥିଲା। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ବିଜେତା ଦଳକୁ ୨୦ କୋଟି ଓ ରନର୍ସଅପ ଦଳକୁ ୧୧ କୋଟି ଟଙ୍କା ପୁରସ୍କାର ମିଳିଥିଲା। ୨୦୨୧ ଓ ୨୦୨୨ରେ ବିଜେତା ଦଳର ପୁରସ୍କାର ରାଶି ପୂର୍ବଭଳି ୨୦ କୋଟିରେ ରହିଥିଲା। ୨୦୨୩ରେ ବିଜେତା ରାଶି ସମାନ ରହିଥିଲେ ମଧ୍ୟ ରନର୍ସଅପ ପୁରସ୍କାର ରାଶିକୁ ୧୧ କୋଟିରୁ ୧୩ କୋଟିକୁ ବୃଦ୍ଧି କରାଯାଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories