www.samajalive.in
Monday, December 8, 2025
27.1 C
Bhubaneswar

ଦୁର୍ଘଟଣାରେ ଗାଡିଚାଳକଙ୍କ ମୃତ୍ୟୁ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥରେ ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସଞ୍ଚିତ ସିଂ ହୋଇଥିବା ବେଳେ ବିହାର ମୁଜାଫରପୁର ଅଞ୍ଚଳର ବାସିନ୍ଦା ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

ପ୍ରକାଶଯୋଗ୍ୟ ଗତକାଲି ଖୁଣ୍ଟୁଣୀ ନର୍ସରୀ ଠାର ହୁଣ୍ଡାଇକାର ନେଇ ଆସୁଥିବା ଏକ କଣ୍ଟେନର କଟକ ଅଭିମୁଖେ ଆସୁଥିବା ବେଳେ ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଡିଭାଇଡରକୁ ଅତିକ୍ରାନ୍ତ କରି ରାସ୍ତାର ଅପରପାର୍ଶକୁ ଚାଲିଯାଇଥିଲା। ଏହି ସମୟରେ ବିପରୀତ ଦିଗରୁ ଢେଙ୍କାନାଳ ଅଭିମୁଖେ ଆସୁଥିବା ଏକ ମିନିଟ୍ରକ କଣ୍ଟେନରକୁ ମୁହାଁମୁହିଁ ଧକ୍କା କରିଥିଲା। ଫଳରେ ମିନିଟ୍ରକର ଚାଳକ ଗୁରୁତର ହୋଇପଡିଥିଲା।

- Advertisement -

ଘଟଣାସ୍ଥଳରେ ଖୁଣ୍ଟୁଣୀ ପୁଲିସ ପହଞ୍ଚି ଗୁରୁତର ଆହତ ହୋଇଥିବା ଚାଳକ ସଞ୍ଚିତ ସିଂଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡ଼ିକାଲ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। କଣ୍ଟେନର ଚାଳକ ଓ ହେଲପର ଆହତ ହୋଇଥିବାରୁ ସେମାନଙ୍କୁ ଆଠଗଡ ଚିକିତ୍ସାଳୟରେ ରଖି ସେମାନଙ୍କ ଚିକିତ୍ସା ଜାରି ରହିଛି।

ରାସ୍ତା ଉପରେ ଦୁର୍ଘଟଣା ଘଟଣାଇଥିବା ଗାଡିଦୁଇଟିକୁ ପୁଲିସ ହଟାଇବା ପରେ ଜବତ କରିଛି। କଣ୍ଟେନର ଚାଳକ ମହମ୍ମଦ ଆର୍ସାଦ ଅନସାରୀ(୩୪) ଘର ଝାଡଖଣ୍ଡ ବୁଶଗି ତାରାନାଖୋ ବୋଲି ଜଣାପଡ଼ିଛି। ଆଜି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories