www.samajalive.in
Tuesday, December 9, 2025
15.1 C
Bhubaneswar

ବିବାହିତା ମହିଳା ଦୁଷ୍କର୍ମ ଶିକାର, ଥାନାରେ ଏତଲା

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ପଞ୍ଚାୟତର ସଅରସାହିରେ ଜଣେ ବିବାହିତା ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଦିଆଯାଇଥିବା ଏତଲାରୁ ଜଣାପଡ଼ିଛି। ଘଟଣାର ବିବରଣୀରୁ ପ୍ରକାଶ ଗତ ମଙ୍ଗଳବାର ରାତିରେ ସଅର ସାହିରେ ନିଜ ଘରେ ଏକୁଟିଆ ଶୋଇଥିବା ବେଳେ ୩୪ ବର୍ଷ ବୟସ୍କ ଜଣେ ମହିଳାଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ବିବାହିତ ପ୍ରାୟ ୪୦ ବର୍ଷ ବୟସ୍କ ଲୋକ ବଳପୂର୍ବକ ଦୁଷ୍କର୍ମ କରିଥିବା ପୀଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଂପୃକ୍ତ ମହିଳାଙ୍କ ସ୍ୱାମୀ ଭୁବନେଶ୍ୱରରେ କାମ କରୁଥିବା ବେଳେ ସେ ଏକୁଟିଆ ନିଜ ଘରେ ରହିଥିଲେ। ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ ଅଭିଯୁକ୍ତ ଯୁବକ ଘର ଭିତରେ ପଶି ଜୋର ଜବରଦସ୍ତ ଏହି ଅଭାବନୀୟ ଘଟଣା ଘଟାଇଥିଲା। ମହିଳାଙ୍କ ଚିତ୍କାର ଶୁଣି ପାଖରେ ରହୁଥିବା ସଂପର୍କୀୟ ଭାଇ ଓ ପଡୋଶୀ ଚାଲି ଆସିବାରୁ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ସେଠାରୁ ଚମ୍ପଟ ମାରିଥିଲା। ଖବର ପାଇ ପୀଡିତା ମହିଳାଙ୍କ ସ୍ୱାମୀ ଭୁବନେଶ୍ୱରରୁ ଆସିବା ପରେ ବୁଧବାର ରାଜନଗର ସରପଞ୍ଚଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ତେବେ ଅଭିଯୁକ୍ତ ଗ୍ରାମରୁ ଫେରାର ହୋଇଯାଇଥିବାରୁ ସରପଞ୍ଚ ଘଟଣାର ସମାଧାନ କରିବା ସମ୍ଭବ ହୋଇନଥିଲା। ଫଳରେ ଗୁରୁବାର ସଂପୃକ୍ତ ପୀଡିତା ଆଠଗଡ଼ ଥାନାରେ ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ପାଇବା ପରେ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଫେରାର ଥିବାରୁ ତାକୁ ଗିରଫ କରାଯାଇ ପାରିନାହିଁ। ଆଠଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଏହି ମାମଲାଟିର ତଦନ୍ତକାରୀ ଅଧିକାରୀ ଭାବେ ଘଟଣାର ତଦନ୍ତ କରୁଛନ୍ତି। ସଂପୃକ୍ତ ମହିଳାଙ୍କର ଡାକ୍ତରୀ ମାଇନା ଓ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏସଡିପିଓ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories