www.samajalive.in
Friday, December 12, 2025
14.1 C
Bhubaneswar

ଆଇପିଏଲ-୧୪: ଧୋନି-ପନ୍ତ୍‌ ଲଢ଼େଇ ଆଜି

ଚେନ୍ନଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ୩ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଚେନ୍ନଇ ସୁପରକିଙ୍ଗ୍‌ସ ଶନିବାର ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସିଜିନର ଦ୍ବିତୀୟ ମ୍ୟାଚ ଦୁଇ ୱିକେଟକିପର ବ୍ୟାଟ୍‌ସମ୍ୟାନଙ୍କ ନେତୃତ୍ବରେ ଉଭୟ ଦଳ ଖେଳିବେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୨୦୧୦, ୨୦୧୧ ଓ ୨୦୧୮ରେ ୩ଥର ଚମ୍ପିଆନ ହୋଇଥିବା ବେଳେ ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ୫ଥର ରନର୍ସଅପ ହୋଇଛି। ଗତ ୨୦୨୦ରେ ୟୁଏଇରେ ଖେଳାଯାଇଥିବା ଆଇପିଏଲର ତ୍ରୟୋଦଶତମ ସଂସ୍କରଣରେ ପ୍ରଥମ ଥର ପାଇଁ ପ୍ଲେ ଅଫକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା।

ଚଳିତ ଥର ଦଳକୁ ସୁରେଶ ରୈନା ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅମ୍ବାତି ରାଇଡୁ, ଧୋନି, ଫ୍ଲାଫ ଡୁପ୍ଲେସି ଓ ଋତୁରାଜ ଗାଏକ୍ବାର୍ଡ, ଚେତେଶ୍ବର ପୂଜାରାଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ଏହାଛଡ଼ା ମୋଇନ୍‌ ଅଲ୍ଲୀ, କ୍ରିଷ୍ଣପା ଗୌତମ, ରବୀନ୍ଦ୍ର ଜାଡେଜା, ଡାରେନ ବ୍ରାଭୋ, ସାମ୍‌ କରନଙ୍କ ଭଳି ଅଲ୍‌ରାଉଣ୍ଡର ରହିଛନ୍ତି। ସ୍ପିନ ବିଭାଗରେ ମିଚେଲ ସାଣ୍ଟନର, କର୍ଣ୍ଣ ଶର୍ମା, ଇମ୍ରାନ ତାହିର ରହିଛନ୍ତି। ଫାଷ୍ଟ ବୋଲିଂ ବିଭାଗରେ ଲୁଙ୍ଗି ଏନ୍‌ଗିଡ଼ି,ସାର୍ଦୁଳ ଠାକୁର, ଦୀପକ ଚହର ପ୍ରମୁଖ ରହିଛନ୍ତି। ରୈନାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଶକ୍ତ କରିଥିବାବେଳେ ଧୋନିଙ୍କ ଅଭିଜ୍ଞତାର ଫାଇଦା ଦଳକୁ ମିଳିବା ନେଇ ଆଶା କରାଯାଉଛି।

- Advertisement -

ଅନ୍ୟ ପକ୍ଷରେ ଡିଫେଣ୍ଡିଂ ରନର୍ସଅପ ଦିଲ୍ଲୀ କ୍ୟାପିଟାଲ ଅନଭିଜ୍ଞ ଅଧିନାୟକ ଋଷଭ ପନ୍ତ୍‌ଙ୍କ ନେତୃତ୍ବରେ ଖେଳିବାକୁ ଯାଉଛି। ଶ୍ରେୟସ ଆୟର ଆହତ ହୋଇ ଆଇପିଏଲରୁ ବାଦ୍‌ ପଡ଼ିଥିବାବେଳେ ପନ୍ତ୍‌ଙ୍କୁ ଦାୟିତ୍ବ ମିଳିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗତ ୨୦୨୦ରେ ଫାଇନାଲ ଖେଳିଥିବା ଦିଲ୍ଲୀ ଚମ୍ପିଆନ ହେବାରେ ବିଫଳ ହୋଇଥିଲା। ଚଳିତ ଥର ଦଳରେ ଶିଖର ଧାୱନ ଓ ପୃଥ୍ବୀ ସଙ୍କ ଭଳି ଓପନର ରହିଛନ୍ତି। ଧାୱନ ଗତ ସିଜିନରେ ଦ୍ବିତୀୟ ସର୍ବାଧିକ ସ୍କୋର ୬୧୮ରନ କରିଥିଲେ। ପୃଥ୍ବୀ ଚଳିତ ବିଜୟ ହଜାରେ ଟ୍ରଫିରେ ୮୨୭ରନ କରି ଫର୍ମର ପରିଚୟ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ୍‌ ସ୍ମିଥ୍‌, ଆଜିଙ୍କ୍ୟ ରାହାଣେ, ପନ୍ତ୍‌, ସିମରନ ହେତ୍‌ମେୟାର, ସାମ୍‌ ବିଲିଙ୍ଗ୍‌ସ ମଧ୍ୟକ୍ରମରେ ବ୍ୟାଟିଂ ଭାର ସମ୍ଭାଳିବେ ମାର୍କୋସ ଷ୍ଟୋଇନିସଙ୍କ ଭଳି ଅଲ୍‌ରାଉଣ୍ଡର ରହିଛନ୍ତି। ଦକ୍ଷିଣଆଫ୍ରିକାର ଦୁଇ ଫାଷ୍ଟ ବୋଲର କାଗି​‌େ​‌ସା ରାବଡା ଓ ଅନରିଚ୍‌ ନୋର୍ଖ୍ୟାଙ୍କ ସମେତ ଇଶାନ୍ତ ଶର୍ମା, ଉମେଶ ଯାଦବ ଓ କ୍ରିସ୍‌ ୱକସ୍‌ ରହିଛନ୍ତି। ଅକ୍ଷର ପଟେଲ ପ୍ରଥମ ମ୍ୟାଚ ନଖେଳିବାବେଳେ ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ବିନ ଓ ଅମିତ୍‌ ମିଶ୍ରା ଦାୟିତ୍ବ ତୁଲାଇବେ। ଅଭିଜ୍ଞ ଧୋନିଙ୍କ ସାମ୍ନାରେ ଅନଭିଜ୍ଞ ପନ୍ତ୍‌ଙ୍କ ଭାରି ପଡ଼ିବା ଆଶା କରାଯାଉଥିଲେ ମଧ୍ୟ ଚେନ୍ନଇ ସହଜରେ ମ୍ୟାଚ ଛାଡ଼ିବାକୁ ଦେବ ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories