www.samajalive.in
Thursday, December 11, 2025
13.1 C
Bhubaneswar

ଦ୍ରାବିଡଙ୍କ ନୂଆ ବିଜ୍ଞାପନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କ୍ରେଡିଟ୍‌ କାର୍ଡ କମ୍ପାନୀ ‘କ୍ରେଡ଼’ ତରଫରୁ ଏକ ବିଜ୍ଞାପନରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ରାହୁଲ ଦ୍ରାବିଡ଼ ଯେଉଁ ଭୂମିକାରେ ଅଭିନୟ କରିଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। କ୍ରେଡ଼ର ଏହି ବିଜ୍ଞାପନରେ ଅଭିନେତା ଜିମ୍‌ ଜରଭା ଏହି କ୍ରେଡ଼ିଡ୍ କାର୍ଡ ବ୍ୟବହାର କଲେ କ୍ୟାସ୍‌ବ୍ୟାକ୍ ଓ ପୁରସ୍କାର ମିଳିବ ବୋଲି ଦର୍ଶାଇଛନ୍ତି। କ୍ୟାସ୍‌ବ୍ୟାକ୍‌ ଓ ପୁରସ୍କାର ମିଳିବା ଶୁଣିବାକୁ ଅଜବ ଲାଗୁଛି, ଯେପରି କି ଦ୍ରାବିଡ଼ଙ୍କୁ ରାଗରେ ପାଟିତୁଣ୍ଡ କରିବା ଦେଖିବା ବୋଲି ଜିମ୍‌ କହୁଛନ୍ତି।

- Advertisement -

ପରବର୍ତ୍ତୀ ସମୟରେ ଦ୍ରାବିଡ଼ ବିଜ୍ଞାପନରେ ନିଜ କାର୍‌ରୁ ବାହାରି ଅନ୍ୟମାନଙ୍କୁ ଗାଳି ଦେବା ସହ ନିକଟରେ ଛିଡ଼ା ହୋଇଥିବା ଗୋଟିଏ କାର୍‌ର କାଚ ବ୍ୟାଟ୍‌ରେ ଭାଙ୍ଗୁଛନ୍ତି। ସେ କାର୍‌ର ଛାତ ଉପରେ ଛିଡ଼ା ହୋଇ ନିଜକୁ ଇନ୍ଦିରାନଗରର ଦାଦା ବୋଲି କହୁଛନ୍ତି। ଦ୍ରାବିଡ଼ଙ୍କ ଏପରି ରାଗ ଅଭିନୟକୁ ଦେଖି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟ୍ବିଟ୍‌ କରି ଦର୍ଶାଇଛନ୍ତି ସେ ପୂର୍ବରୁ କେବେ ଦ୍ରାବିଡ଼ଙ୍କୁ ରାଗିବାର ଦେଖିନଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories