ଉପଡାକଘର ଇଣ୍ଟରନେଟ ସେବା ବ୍ୟାଘାତ; ଗ୍ରାହକ ହନ୍ତସନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଉପଡାକଘର ଇଣ୍ଟରନେଟ ସେବା ବ୍ୟାଘାତ ଯୋଗୁଁ ଗ୍ରାହକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ଡାକଘର ସମସ୍ତ କାର୍ୟ୍ୟ ଇଣ୍ଟରନେଟ ଦ୍ୱାରା ହିଁ ପରିଚାଳିତ ହେଉଛି। ଏଥିରେ ଆରଡି, ସୁକନ୍ୟା, ଆରପିଏଲଆଇ, ପିଏଲ ଆଇ, ଫିକ୍ସଡିପୋଜିଟ, ଟଙ୍କା ଦେଣ ନେଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଯାହା ଫଳରେ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଏହି ସବୁ ପ୍ରତି ମାସରେ ଟଙ୍କା ଜମା କରିବା କଥା। ଯଦି ଟଙ୍କା ବାନ୍ଧିବା ବିଳମ୍ବ ହେଲେ ତାହାର ଇଣ୍ଟରେଷ୍ଟ ଦେବାକୁ ପଡିଥାଏ। ଏସବୁ କାର୍ଯ୍ୟ ସଦର ମହକୁମାରେ ଥିବା ଉପଡାକଘର ରେ ସଠିକ ଭାବରେ ନେଉନଥିବାରୁ ଜିଲା ମୁଖ୍ୟ ଡାକଘର ପ୍ରାୟ ୫୦ କିମି ଦୂରତା ଯାଇ ଅଧିକା ଖର୍ଚ୍ଚାନ୍ତ ହୋଇ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି। ପ୍ରାୟ ୬ ମାସ ହେବ ଗ୍ରାହକମାନେ ଏପରି ଅବସ୍ଥା ପଡୁଛନ୍ତି। ଏହାର କାରଣ କଲ୍ୟାଣସିଂହପୁର ସଦର ମହକୁମାରେ ଯେଉଁ ରାଜ୍ୟ ରାଜପଥ ରାସ୍ତା ନିର୍ମାଣ ଚାଲିଛି। ତାହା ଯୋଗୁଁ ବିଏସଏନଏଲ ନେଟୱାର୍କ ସେବା ବ୍ୟାଘାତ ହେଉଥିଲେ ମଧ୍ୟ ଏଥିପ୍ରତି ବିଏସଏନଏଲ କର୍ମଚାରୀମାନେ ଗୁରୁତ୍ୱ ଦେଉନାହାନ୍ତି ଯାହା ଫଳରେ ଗ୍ରାହକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏବିଷୟରେ ଉପଡ଼ାକଘର ଅଧିକାରୀ ବିରେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ସମସ୍ୟାକୁ ନେଇ ବାରମ୍ବାର ଉପରିସ୍ଥ ଅଧିକାରୀମାନଙ୍କୁ ଅଭିଯୋଗ କରିବାରୁ ଉପଡ଼ାକଘର ପାଇଁ ସ୍ୱତନ୍ତ୍ର ବିଏସଏନଏଲ ନେଟୱାର୍କ ଟାୱାର ବ୍ୟବସ୍ଥା କରିବୁ କହି ପ୍ରତିଶୃତି ଦେଇ ନିରବ ରହିଯାଇଛିନ୍ତି। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାହକଙ୍କୁ ସେବା ଯୋଗାଇବା ବ୍ୟବସ୍ଥା କରନ୍ତୁ । ନଚେତ ଆଗାମୀ ଦିନରେ ଉପଡାକଘରେ ତାଲା ପକାଇବାକୁ ବାଧ୍ୟ ହେବୁ ବୋଲି ବ୍ଲକବାସୀ ଚେତାବନୀ ଦେଇଛନ୍ତି ।

kalyan agarbati

Comments are closed.