BJD Bijuli 480×75 Mob

ଭବାନୀପାଟଣା କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ ପାଳନ

BJD Bijuli 480×75 Mob

କେସିଙ୍ଗା: ଯୋଗର ମହତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରି ସୁସ୍ଥ ସାମାଜ ଏବଂ ସଶକ୍ତ ରାଷ୍ଟ୍ର ଗଠନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭବାନୀପାଟଣା ଆନୁକୂଲ୍ୟରେ ତଥା ଗାୟତ୍ରୀ ପରିବାର ସହାୟତାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର କାଣ୍ଡେଲ ଗ୍ରାମ ପଞ୍ଚାୟତରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି।

ପ୍ରାରମ୍ଭରେ ଏକ ସଚେତନତା ରାଲି ଯୋଗ ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲା। ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସହାୟକ ବିଷ୍ଣୁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ କେସିଙ୍ଗା ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପାର୍ବତୀ ଶର୍ମା, ଲଇତରା ସରପଞ୍ଚ ଅଶୋକ ପୋଢ଼, ଶିରୋଲ ସରପଞ୍ଚ ଝରଣା ବାଗ, ଗାୟତ୍ରୀ ପରିବାରର ଜିଲା ସଂଯୋକ ବାସୁଦେବ ଯୋଶୀ, ପରିବ୍ରାଜକ ଅଶୋକ ପାଣ୍ଢେ।ଇ, ଯୋଗ ପ୍ରଶିକ୍ଷକ ରଶ୍ମିରଞ୍ଜନ ସାହୁ, ପ୍ରଦ୍ୟୁମ୍ନ ଭୋଇ ପ୍ରମୁଖ ଯୋଗ ଦେଇ ଯୋଗ ବିଷୟରେ ଆଲୋକପାତ କରିଥିଲେ।

ଏହି ଦିବସରେ ଉପସ୍ଥିତ ସମସ୍ତଙ୍କୁ ଯୋଗ କରିବା ପାଇଁ ସଂକଳ୍ପ କରିବା ପାଇଁ ଉପଦେଶ ଦିଆଯାଇ ଥିଲା। ଯୋଗ ଦ୍ଵାରା ମଣିଷ ଶରୀରର ପ୍ରତ୍ୟେକ ଅଂଶ ଚଳପ୍ରଚଳ ହେବା ସହିତ ମାନସିକ ବୃଦ୍ଧି, ବୌଦ୍ଧିକ ବିକାଶ, ସୁସ୍ଥ ଶରୀର ଗଠନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବକ୍ତୃତା ଓ କ୍ୱିଜ ପ୍ରତିଯୋଗିତା ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱରରୁ ଆସିଥିବା କଳାକାରମାନଙ୍କ ଦ୍ଵାରା ଯୋଗ ସମ୍ବନ୍ଧୀୟ ନାଚ, ଗୀତ ପରିବେଷଣ କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା

Comments are closed.