www.samajalive.in
Saturday, December 6, 2025
26.1 C
Bhubaneswar

ହେଡଫୋନ୍‌‌ ଯୋଗୁଁ ହରାଇଲେ ଶ୍ରବଣ ଶକ୍ତି

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ଯୁବପିଢି ହେଡଫୋନ୍‌‌ କାନରେ ଲଗାଇ ଘଣ୍ଟା ଘଣ୍ଟା ଭିଡ଼ିଓ ଦେଖୁଛନ୍ତି, ନଚେତ ଗୀତ ଶୁଣିବାରେ ସମୟ ଅତିବାହିତ କରୁଛନ୍ତି। କେତେଜଣ ହେଡଫୋନ୍‌‌ ଲଗାଇ ଦୀର୍ଘ ସମୟ ଧରି କଥାବାର୍ତ୍ତା କରୁଥିବା ବି ଦେଖାଯାଇଛି। ଏହି ହେଡଫୋନ୍‌‌ ବ୍ୟବହାର କରିବା କେତେ ଯେ କ୍ଷତିକାରକ ସେ ସମ୍ପର୍କରେ ଗବେଶଷମାନେ ବହୁ ପୂର୍ବରୁ ଅବଗତ କରିସାରିଛନ୍ତି। ତଥାପି ଆଜିର ଯୁବପିଢି ଏହାକୁ ବେଖାତିର କରି ହେଡଫୋନ୍‌‌ ବ୍ୟବହାର କରିବାରେ ଲାଗିଛନ୍ତି। ହେଡଫୋନ୍‌‌ ବ୍ୟବହାର କରି ଚୀନର ଜଣେ ଯୁବତୀ ଏବେ ନିଜର ଶ୍ରବଣ ଶକ୍ତି ହରାଇବା ଚର୍ଚ୍ଚାର ବିଷୟ ପାଲଟିଛି।
ୱାଙ୍ଗ ନାମ୍ନୀ ଯୁବତୀ ବେଜିଂ ସ୍ଥିତ ଏକ ଫାର୍ମରେ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଗତ କିଛି ମାସ ହେବ ତାଙ୍କ କାନକୁ ଭଲଭାବରେ ଶୁଣାଯାଉନଥିବାରୁ ଦିନେ ସେ ହସ୍ପିଟାଲ ଯାଇ ପରୀକ୍ଷା କରାଇଥିଲେ। ୱାଙ୍ଗଙ୍କ କାନକୁ ଡାକ୍ତର ଦେଖିବା ପରେ କେତେକ ପରୀକ୍ଷା କରିଥିଲେ। ପରୀକ୍ଷଣରୁ ଜଣାପଡିଥିଲା ଯେ ତାଙ୍କ ବାମ କାନରେ ସ୍ଥାୟୀ ସ୍ନାୟୁଗତ ଶ୍ରବଣ କ୍ଷତିଗ୍ରସ୍ତ ହୋଇଥିବାରୁ ସେ ଅନ୍ୟମାନଙ୍କ କଥାବାର୍ତ୍ତା ଭଲ ଭାବରେ ଶୁଣିପାରୁନଥିଲେ। ଡାକ୍ତର ତାଙ୍କୁ ପଚାରିଥିଲେ ଯେ ନିକଟରେ ସେ କାନରେ କୌଣସି ଆଘାତ ପାଇଛନ୍ତି କି, ଦୀର୍ଘ ଦିନ ଧରି ଉଚ୍ଚ ଶଦ୍ଦରେ କାହା ସହ କଥାବାର୍ତ୍ତା କିମ୍ବା ଗୀତ ଶୁଣୁଥିଲେ କି। ଉତ୍ତର ଦେଇ ୱାଙ୍ଗ କହିଥିଲେ ଯେ ସେ ରାତିରେ ହେଡଫୋନ୍‌‌ ମାଧ୍ୟମରେ ଗୀତ ଶୁଣୁଥିଲେ ଓ ଏହି ଅଭ୍ୟାସ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି।
ୱାଙ୍ଗଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଲି ଟାଓ କହିଛନ୍ତି ଯେ ଜୋର ଶଦ୍ଦରେ ଗୀତ ଶୁଣିବା ଯୋଗୁଁ ତାଙ୍କ ବାମ କାମ ପ୍ରଥମେ ପ୍ରଭାବିତ ହୋଇଥିଲା। ଧୀରେଧୀରେ ଡାହାଣ କାନ ଶ୍ରବଣ ଶକ୍ତି ମଧ୍ୟ ହ୍ରାସ ପାଇବା ପରେ ୱାଙ୍ଗ ସଚେତନ ହୋଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ହେଡଫୋନ୍‌‌ ଲଗାଇ ଅଧିକ ସମୟ ଗୀତ ଶୁଣିବା କିମ୍ବା ବଡ ପାଟିରେ କଥାବାର୍ତ୍ତା ହେବାକୁ ଗବେଷକ ମାନେ ସ୍ପଷ୍ଟ ଭାବେ ବାରଣ କରିଛନ୍ତି। ଅନ୍ୟପଟେ ଜୋର ଶଦ୍ଦରେ ଗୀତ ଶୁଣିବା ହେତୁ ୱାଙ୍ଗ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories