www.samajalive.in
Saturday, December 6, 2025
23.1 C
Bhubaneswar

ଆନ୍ତର୍ଜାତିକ ରେଳ ଫାଟକ ସଚେତନତା ଦିବସ ପାଳିତ

ସମ୍ବଲପୁର: ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ରେଳ ମଣ୍ଡଳରେ ଆନ୍ତର୍ଜାତିକ ରେଳ ଫାଟକ ସଚେତନତା ଦିବସ ପାଳିତ ହୋଇଯାଇଛି। ୧ ଜୁନରୁ ୮ ଜୁନ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ଉପଲକ୍ଷେ ସଚେତନତା ମୂଳକ ଅଭିଯାନ କରାଯାଇଛି। ମଣ୍ଡଳ ଦ୍ୱାରା ସଡକ ବ୍ୟବହାରକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ରେଳ ଫାଟକ, ପେଟ୍ରୋଲ ପମ୍ପ, ସାପ୍ତାହିକ ହାଟ, ବଜାର ଏବଂ ରେଳ ଫାଟକ ତଥା ରେଳ ଧାରଣା ନିକଟ ଗ୍ରାମାଞ୍ଚଳଗୁଡିକରେ ନିରାପତ୍ତା ସମ୍ପର୍କିତ ପୋଷ୍ଟର, ବ୍ୟାନର, ଲିଫଲେଟ ଆଦି ବଣ୍ଟନ କରାଯାଇଥିଲା। ସମ୍ବଲପୁର ରେଳ ମଣ୍ଡଳର ନିରାପତ୍ତା ବିଭାଗ ଅଧିକାରୀ ସମ୍ବିତ ସୌରଭ ନାୟକ, କର୍ମଚାରୀମାନଙ୍କ ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଷ୍ଟାର କ୍ଲବର ସଦସ୍ୟମାନେ ନିରାପତ୍ତା ସମ୍ବନ୍ଧୀୟ ଉପାୟ ଓ ନିର୍ଦ୍ଦେଶାବଳୀଗୁଡିକ ସମ୍ବନ୍ଧରେ ସଡକ ବ୍ୟବହାରକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ସମସ୍ତ ସଡକ ବ୍ୟବହାରକାରୀ ମାନଙ୍କୁ ଅନୁରୋଧ କରି କହିଛନ୍ତ ଯେ, ନିରାପତ୍ତା ନିୟମଗୁଡିକୁ ପାଳନ କରିବା ସହିତ ରେଳ ଫାଟକ ଅତିକ୍ରମ କରିବା ସମୟରେ ସତର୍କ ଓ ସାବଧାନ ରହିବା ଆବଶ୍ୟକ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories