ସମ୍ବଲପୁର: ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୁତାପଡ଼ାଠାରେ ଝାଡ଼ାବାନ୍ତି ମୁକ୍ତ ସଚେତନତା ପକ୍ଷ ଶନିବାର ଜୁନ ୮ ତାରିଖରେ ପାଳିତ ହୋଇଯାଇଛି। ଏଥିରେ ମହିଳା ଆରୋଗ୍ୟ ସମିତି, ଆଶା କର୍ମୀ ତଥା ଜନସାଧାରଣ ଯୋଗଦାନ କରିଥିଲେ। ଏହି ଦିବସ ପାଳନ ଅବସରରେ ଆମ ନିଜକୁ ତଥା ପରିବାରକୁ ଆଗାମୀ ମୌସୁମୀ ବର୍ଷା ଋତୁରେ ଝାଡ଼ାବାନ୍ତି ସଂକ୍ରମଣରୁ କିଭଳି ରକ୍ଷା କରିବା ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ହାତଧୁଆ ପ୍ରଣାଳୀ ଏବଂ ଓଆରଏସର ଠିକ ପ୍ରସ୍ତୁତ ପ୍ରଣାଳୀ ଓ ବ୍ୟବହାର ଉପରେ ଆଲୋକପାତ କରାଯାଇଥିଲା। ଯାହା ଫଳରେ ଜନସାଧାରଣଙ୍କ ମନରେ ଥିବା ଅନେକ ସନ୍ଦେହ ଦୂରୀକରଣ ହୋଇପାରିଥିଲା। ଆଜିର ଏହି ଆଲୋଚନାରେ ବିଶେଷ ଭାବରେ କିପରି ଛୋଟ ଶିଶୁମାନଙ୍କୁ ଜଳବାହିତ ରୋଗଠାରୁ ଦୂରେଇ ରଖିପାରିବା ସେ ବିଷୟରେ ଆଲୋକପାତ କରାଯାଇଥିଲା। ଆଲୋଚନାକୁ ଆରୋଗ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ ପରିଚାଳନା କରିଥିବା ବେଳେ ଡ଼ା. ପ୍ରତୀକ ପଣ୍ଡା, ରାକେଶ ସାହୁ, ଅଞ୍ଜଳି ସୁନା, ଜୁଲି ନାଗ ତଥା ମହିଳା ଆରୋଗ୍ୟ ସମିତିର ସଦସ୍ୟ ମାନେ ସହଯୋଗ କରିଥିଲେ।
Popular Categories



